ଆକ୍ସନ୍ ପ୍ୟାକ୍ ଫିଲ୍ମରେ ନଜର ଆସିବେ ଶର୍ଭରୀ, ବର୍ଷ ଶେଷରେ ଦେଖିବାକୁ ମିଳିଲା ଶେଷ ଦିନ କାମର ଝଲକ୍‌

ମୁମ୍ବାଇ: ଶାର୍ଭରୀ ୨୦୨୪ ରେ ବହୁ ସଫଳତା ପାଇଛନ୍ତି। ‘ମୁଞ୍ଜ୍ୟା’ ଓ ‘ବେଦା’ ଭଳି ଫିଲ୍ମରେ ନିଜର ଭୂମିକା ପାଇଁ ସେ ଖୁବ୍‌ ପ୍ରଶଂସା ସାଉଁଟିଲେ । କିନ୍ତୁ ବର୍ଷର ତାଙ୍କର ଶେଷ କାର୍ଯ୍ୟ ଦିବସ ମଧ୍ୟ ଆକ୍ସନ୍-ପ୍ୟାକ୍ ଫିଲ୍ମରେ ନଜର ଆସିଛନ୍ତି। ଚଳିତ ବର୍ଷ ସେ ୟଶରାଜ ଫିଲ୍ମସ ସ୍ପାଇ ୟୁନିଭର୍ସର ଆକ୍ସନ୍‌-ପ୍ୟାକ୍‌ଡ ଫିଲ୍ମ ‘ଆଲ୍‌ଫା’ର ସୁଟିଂ ଆରମ୍ଭ କରିଛନ୍ତି।

ଏଥିରେ ତାଙ୍କ ସହ ଆଲିୟା ଭଟ୍ଟ ମୁଖ୍ୟ ଭୂମିକାରେ ଅଛନ୍ତି । ବର୍ଷ ଶେଷରେ ତାଙ୍କ ଶେଷ ଦିନ କାମର ଏକ ଝଲକ୍‌ ଦେଖିବାକୁ ମିଳିଛି। ସେ ସୋସିଆଲ ମିଡିଆରେ ଏହାର ଫଟୋ ସେୟାର କରିଛନ୍ତି। ଗତ ୨୯ ତାରିଖରେ ଶର୍ଭରୀ ନିଜ ଇନ୍‌ଷ୍ଟା ଷ୍ଟୋରୀରେ ‘ଆଲ୍‌ଫା’ ସେଟ୍‌ରୁ ଏକ ଫଟୋ ଶେୟାର କରିଥିଲେ । ଏଥିରୁ ସଷ୍ଟ ହେଉଥିଲା ଯେ ଶର୍ଭରୀ ଫିଲ୍ମର ଆକ୍ସନ୍‌ ସିନ୍‌ର ସୁଟିଂ କରୁଥିଲେ।

ସେ କହିଛନ୍ତି, ୨୦୨୪ରେ ପ୍ରତ୍ୟେକ ଦିନର କାମ ପାଇଁ ନିଜକୁ କୃତଜ୍ଞ ମନେକରୁଛନ୍ତି। ଏହି ସମୟଟି ପରୀକ୍ରଷା ସମୟ। କାମକୁ ଯିବା ତାଙ୍କ ପାଇଁ ସବୁଠୁ ବଡ଼ ଆଶୀର୍ବାଦ, ଯାହା ତାଙ୍କୁ ଉତ୍ସାହିତ ଓ ଆଗକୁ ଯିବାକୁ ପ୍ରେରିତ କରିଛି। ଆଲ୍‌ଫା’ରେ ଆଲିୟା ଓ ଶର୍ଭରୀ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି । ବବି ଦେଓଲ ଏଥିରେ ଭିଲେନ୍‌ ଭୂମିକାରେ ନଜର ଆସିବେ। ଅନିଲ କପୁରଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଶିବ ରୱେଲଙ୍କ ନିର୍ଦ୍ଦେଶିତ, ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜିତ ‘ଆଲ୍‌ଫା’ ୨୦୨୫, ଡିସେମ୍ବର ୨୫ରେ ଏହି ସିନେମା ରିଲିଜ ହେବ।

Comments (0)
Add Comment