ସାମ୍ନାକୁ ଆସିଲା ରିଲିଜ ତାରିଖ, ଏହି ଦିନ ମୁକ୍ତିଲାଭ କରିବ ‘ସ୍ତ୍ରୀ ୩’

ମୁମ୍ବାଇ: ଗତ ବର୍ଷର ସବୁଠୁ ବଡ଼ ବ୍ଲକ୍‌ବଷ୍ଟର ଫିଲ୍ମ ‘ସ୍ତ୍ରୀ-୨’ ବକ୍ସ ଅଫିସ୍‌ରେ ପ୍ରାୟ ୬୦୦ କୋଟି ବ୍ୟବସାୟ କରିଥିଲା । ଦର୍ଶକମାନେ ଫିଲ୍ମକୁ ଢେର ଭଲପାଇବା ମଧ୍ୟ ଦେଇଥିଲେ । ତେବେ, ନିର୍ମାତା ଫିଲ୍ମର ଶେଷ ସିନ୍‌କୁ ଝୁଲାଇ ରଖିଥିବାରୁ ଏହାର ପରବର୍ତ୍ତୀ ସଂସ୍କରଣ ଆସିପାରେ ବୋଲି ଦର୍ଶକ ଅନୁମାନ କରୁଥିଲେ । ଏହାପରେ ଅଭିନେତ୍ରୀ ଶ୍ରଦ୍ଧା କପୁର ମଧ୍ୟ ଫିଲ୍ମର ପରବର୍ତ୍ତୀ ସଂସ୍କରଣ ଆସିବା ନେଇ ସୂଚନା ଦେଇଥିଲେ । ଏବେ ଫିଲ୍ମକୁ ନେଇ ଏକ ବଡ ଘୋଷଣା କରିଛନ୍ତି ଫିଲ୍ମ ନିର୍ମାତା । ଫିଲ୍ମ ସ୍ତ୍ରୀ ୩ର ରିଲିଜ ତାରିଖ ଘୋଷଣା କରିଛନ୍ତି ନିର୍ମାତା । ତେବେ କେବଳ ସ୍ତ୍ରୀ ୩ ନୁହେଁ ତା’ ସହ ମୁଞ୍ଜ୍ୟା, ଭେଡ଼ିଆ ୨, ଶକ୍ତିଶାଲିନୀ, ଥାମା ପରି ହରର୍-କମେଡି ୟୁନିଭର୍ସର ୮ ଟି ଚଳଚ୍ଚିତ୍ର ରିଲିଜର ତାରିଖ ଘୋଷଣା କରିଛନ୍ତି ନିର୍ମାତା । ତେବେ ଆସନ୍ତୁ ଜାଣିବା ଏହି ଚଳଚ୍ଚିତ୍ରଗୁଡ଼ିକ କେବେ ରିଲିଜ ହେବ ।

ଆୟୁଷ୍ମାନ ଖୁରାନା ଅଭିନୀତ ‘ଥାମା’ ୨୦୨୫ ଦୀପାବଳିରେ ରିଲିଜ୍ ହେବ। ଏଥିରେ ଆୟୁଷ୍ମାନ ଖୁରାନାଙ୍କ ସହ ରଶ୍ମିକା ମନ୍ଦାନା, ନୱାଜୁଦ୍ଦିନ ସିଦ୍ଦିକି, ଅପାରଶକ୍ତି ଖୁରାନା, ପରେଶ ରାୱଲଙ୍କ ପରି ଅଭିନେତାମାନେ ଅଭିନୟ କରିବେ। ଏହା ପରେ, ‘ଶକ୍ତି ଶାଲିନୀ’ ୩୧ ଡିସେମ୍ବର ୨୦୨୫ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ତେବେ ଏହି ଫିଲ୍ମ ନେଇ ଅଧିକ ବିବରଣୀ ପ୍ରକାଶ କରାଯାଇ ନାହିଁ । ଏହାପରେ ‘ଚାମୁଣ୍ଡା’ ୪ ଡିସେମ୍ବର ୨୦୨୬ ରେ ମୁକ୍ତିଲାଭ କରିବାକୁ ଥିବା ବେଳେ ବରୁଣ ଧାୱନଙ୍କ ଫିଲ୍ମ ‘ଭେଡିଆ’ ର ସିକ୍ୱେଲ ‘ଭେଡିଆ ୨’ ୨୦୨୬ ଅଗଷ୍ଟ ୧୪ରେ ରିଲିଜ ହେବ । ଏହାପରେ ‘ସ୍ତ୍ରୀ ୩’ ୨୦୨୭

 

ଏନେଇ ମ୍ୟାଡକ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛି ଯେ, ଦିନେଶ ବିଜାନଙ୍କ ହରର କମେଡି ୟୁନିଭର୍ସର ୮ ଫିଲ୍ମ ଆସିବାକୁ ଯାଉଛି। ତେଣୁ ପ୍ରସ୍ତୁତ ରୁହନ୍ତୁ ଡରିବା ପାଇଁ, ଚିତ୍କାର କରିବା ପାଇଁ ଓ ହସିବା ପାଇଁ। କହିରଖୁଛୁ ଯେ, ଗତବର୍ଷ ‘ସ୍ତ୍ରୀ ୨’ ବକ୍ସ ଅଫିସରେ ବ୍ଲକବଷ୍ଟର ପ୍ରମାଣିତ ହୋଇଥିଲା । ସ୍ତ୍ରୀ ୨ ଭାରତୀୟ ବକ୍ସ ଅଫିସରେ ଇତିହାସ ରଚିଥିଲା।  ଏହାର କାହାଣୀ ଏବଂ ହାସ୍ୟରସ ଦର୍ଶକଙ୍କ ହୃଦୟ ଜିତିଥିଲା । ଏହି ଚଳଚ୍ଚିତ୍ରରେ ଶ୍ରଦ୍ଧା କପୁର, ରାଜକୁମାର ରାଓ, ଅପାରଶକ୍ତି ଖୁରାନା, ପଙ୍କଜ ତ୍ରିପାଠୀ, ଅଭିଷେକ ବାନାର୍ଜୀ ବିଶେଷ ଭୂମିକା ଗ୍ରହଣ କରିଥିଲେ। ଅକ୍ଷୟ କୁମାର ଏବଂ ବରୁଣ ଧୱନ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବାବେଳେ ତମନ୍ନା ଭାଟିଆ ଏଥିରେ ଏକ ବିଶେଷ ନୃତ୍ୟ କରିଥିଲେ।

Comments (0)
Add Comment