ମହାକୁମ୍ଭରେ ସାଧ୍ବୀ ହେବେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ

ପ୍ରୟାଗ: ଆପଲ୍ ସହ-ପ୍ରତିଷ୍ଠାତା ଷ୍ଟିଭ୍ ଜବ୍ସଙ୍କ ପତ୍ନୀ ଲରେନ୍ ଜବ୍ସ ମହାକୁମ୍ଭ ୨୦୨୫ରେ ଯୋଗଦେବେ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ୬୧ ବର୍ଷୀୟ ଲରେନ୍ ଜାନୁଆରୀ ୧୩ ତାରିଖରେ ପ୍ରୟାଗରାଜରେ ପହଞ୍ଚିବେ। ଏଠାରେ ସେ ଜାନୁଆରୀ ୨୯ ତାରିଖ ପର୍ଯ୍ୟନ୍ତ ନିରଞ୍ଜନୀ ଆଖଡ଼ାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ସ୍ୱାମୀ କୈଳାସନନ୍ଦଙ୍କ ଶିବିରରେ ରହିବେ।

ଅପରପକ୍ଷରେ କୁହାଯାଉଛି ଯେ ସ୍ୱାମୀ ତାଙ୍କୁ ନିଜର ଗୋତ୍ର ମଧ୍ୟ ଦେଇଥିବା ବେଳେ ତାଙ୍କର ନାମ ‘କମଳା’ ରଖିଛନ୍ତି। ତେବେ ଲରେନ୍ ଜବ୍ସ ପୂର୍ବରୁ ମଧ୍ୟ ମହାକୁମ୍ଭ ଆସିଛନ୍ତି। ତାଙ୍କର ହିନ୍ଦୁ ଧର୍ମରେ ବହୁତ ବିଶ୍ୱାସ ଅଛି।

ସେହିପରି ୨୦୨୦ ଫୋବର୍ସ ସଂଖ୍ୟାରେ ଲରେନ୍ ଜବ୍ସ ବିଶ୍ୱର କୋଟିପତିଙ୍କ ତାଲିକାରେ ୫୯ ତମ ସ୍ଥାନ ହାସଲ କରିଥିଲେ। ତେବେ ଷ୍ଟିଭ୍ ଜବ୍ସ ୫ ଅକ୍ଟୋବର ୨୦୧୧ରେ ମୃତ୍ୟୁବରଣ କରିଥିଲେ।

Comments (0)
Add Comment