ମୁମ୍ବାଇ: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ପରଠାରୁ ପୋଲିସ, ଗଣମାଧ୍ୟମ ଏବଂ ପାପାରାଜିମାନେ ଛୋଟ ଛୋଟ ଜିନିଷ ଉପରେ ନଜର ରଖୁଛନ୍ତି। ଏପରିକି ସେମାନେ ତାଙ୍କ ଘର ଏବଂ ହସ୍ପିଟାଲକୁ ମଧ୍ୟ ଘେରି ରହିଛନ୍ତି। ପୋଲିସ ମଧ୍ୟ ମାମଲାର ତଦନ୍ତ ଚଳାଇଛି।
ତେବେ କରୀନା କପୁର ଖାନ କିଛି ସମୟ ପୂର୍ବରୁ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଏସବୁକୁ ବନ୍ଦ କରିବା ପାଇଁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଏସବୁ ବନ୍ଦ କର, ଆମକୁ ଏକୁଟିଆ ଛାଡିଦିଅ। ଏହା ସହ କରୀନା ଏକ ହାତ ଯୋଡିବାର ଇମୋଜି ମଧ୍ୟ ସେୟାର କରିଛନ୍ତି। ଏହି ନୋଟ୍ ଇଣ୍ଟରନେଟରେ ଜୋରଦାର ଭାଇରାଲ ହେବାରେ ଲାଗିଥିଲା।
ଉଲ୍ଲେଖଯୋଗ୍ୟ, ଗତ ଜାନୁଆରୀ ୧୬ ତାରିଖ ରାତିରେ ସୈଫ ଅଲ୍ଲୀ ଖାନଙ୍କ ଘରେ ଜଣେ ଦୁର୍ବୃତ୍ତ ଚୋରି ଉଦ୍ଦେଶ୍ୟରେ ପ୍ରବେଶ କରିଥିଲା ଓ ଏହି ସମୟରେ ଦୁବୁର୍ତ୍ତକୁ ଅଟକାଇବାକୁ ଚେଷ୍ଟା କରିବାବେଳେ ଚୋର ତାଙ୍କ ଉପରେ ଆକ୍ରମଣ କରିଥିଲା। ତେବେ ଆକ୍ରମଣ ପରେ ସୈଫ୍ ଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ବର୍ତ୍ତମାନ ସୈଫ୍ ସୁସ୍ଥ ଅଛନ୍ତି
ଏହି ଘଟଣାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା। ଯାହାପରେ କୋର୍ଟ ଅଭିଯୁକ୍ତକୁ ପାଞ୍ଚ ଦିନିଆ ପୋଲିସ ରିମାଣ୍ଡରେ ପଠାଇ ଦେଇଛି।