୮୨ ବର୍ଷରେ ମଧ୍ଯ ଫିଟ୍ ଅମିତାଭ ବଚ୍ଚନ, ଜାଣନ୍ତୁ ସିକ୍ରେଟ୍ ଟିପ୍ସ୍

ମୁମ୍ବାଇ: ୮୨ ବର୍ଷ ବୟସରେ ମଧ୍ଯ ଫିଟ୍ ଅମିତାଭ ବଚ୍ଚନ। ଅଭିନୟ ଏବଂ ଫିଟନେସରେ ଯୁବ ଆକ୍ଟରମାନଙ୍କୁ ପଛରେ ପକାଇଦେବେ। ତାଙ୍କ ଫିଟନେସ୍ ଦେଖି ସମସ୍ତେ ଆଶ୍ଚର୍ଯ୍ୟ। ଏଭଳି ସ୍ଥିତିରେ ଅନେକ ଲୋକ ଅମିତାଭ ବଚ୍ଚନଙ୍କ ଫିଟନେସର ରହସ୍ୟ ଜାଣିବାକୁ ଚାହାଁନ୍ତି।

ଅମିତାଭ ବଚ୍ଚନଙ୍କ ସହ କାମ କରୁଥିବା ୱେଲନେସ୍ ଟ୍ରେନର ବୃନ୍ଦା ମେହେତା ଏକ ସାକ୍ଷାତକାରରେ କହିଛନ୍ତି ଯେ ଅମିତାଭ ବଚ୍ଚନଙ୍କ ଫିଟନେସ୍ ପ୍ରତି ସମର୍ପଣ ଭାବ ସତରେ ଆଶ୍ଚର୍ଯ୍ୟଜନକ।

ଫିଟନେସ୍ ସେସନ୍ ମୁଖ୍ୟତଃ ପ୍ରାଣାୟାମ ଏବଂ ବ୍ରିଦିଙ୍ଗ ଏକ୍ସରସାଇଜ୍ ଉପରେ ଆଧାରିତ। ଅମିତାଭ ବଚ୍ଚନ ବ୍ରିଦିଙ୍ଗ ଏକ୍ସରସାଇଜ୍ ସହିତ ବ୍ୟାୟାମ ଆରମ୍ଭ କରନ୍ତି ଏବଂ ତା’ପରେ ପ୍ରାଣାୟାମ ଏବଂ ସାଧାରଣ ଯୋଗ ଷ୍ଟ୍ରେଚିଂ କରିଥାନ୍ତି। ଯାହା ମାନସିକ ଶାନ୍ତି ପାଇଁ ବହୁତ ଆବଶ୍ୟକୀୟ।

ସେହିପରି ଅମିତାଭ ବଚ୍ଚନ ତାଙ୍କର ଦୈନନ୍ଦିନ ଖାଦ୍ୟପେୟ ସହ ବୁଝାମଣା କରନ୍ତି ନାହିଁ। ଅମିତାଭଙ୍କ ଅନୁଯାୟୀ, ସେ ତୁଳସୀ ପତ୍ରରୁ ଦିନ ଆରମ୍ଭ କରନ୍ତି। ତାଙ୍କ ଖାଦ୍ୟରେ ଅଳାଁ ରସ ଏବଂ ଖଜୁର ମଧ୍ୟ ସାମିଲ ରହିଥାଏ। ତା’ପରେ ବାଦାମ ଏବଂ ପ୍ରୋଟିନ୍ ସେକ୍, ଯାହା ସେମାନଙ୍କ ସକାଳକୁ ଏକ ଏନର୍ଜି ପ୍ୟାକ୍ ପ୍ରଦାନ କରିଥାଏ। ତେବେ ସେ ବର୍ତ୍ତମାନ ସମୟରେ ନନ ଭେଜ୍, ମିଠା ଖାଦ୍ୟ ଏବଂ ଭାତ ଖାଇବାରୁ ନିଜକୁ ଦୂରେଇ ରଖିଥିବା ନେଇ ପୂର୍ବରୁ ମଧ୍ଯ ପ୍ରକାଶ କରିଥିଲେ।

Comments (0)
Add Comment