ଚେନ୍ନାଇ: ସାଉଥ ସୁପରଷ୍ଟାର ଥାଲାପତି ବିଜୟ ଚଳଚ୍ଚିତ୍ରରୁ ଅବସର ଘୋଷଣା କରିସାରିଛନ୍ତି। ତାଙ୍କର ଶେଷ ଫିଲ୍ମକୁ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ତାଙ୍କର ଶେଷ ଫିଲ୍ମର ପ୍ରଥମ ଲୁକ୍ ରିଲିଜ ହୋଇଛି।
ଏଥିସହିତ ଫିଲ୍ମର ଟାଇଟଲ୍ ମଧ୍ୟ ସେୟାର କରାଯାଇଛି। ବିଜୟଙ୍କ ଶେଷ ଫିଲ୍ମର ନାମ ହେଉଛି ‘ଜନ ନାୟାଗନ’। ତେବେ ଫିଲ୍ମର ରିଲିଜ ତାରିଖ ଏଯାଏଁ ଜଣାପଡିନାହିଁ।
ତେବେ ୨୦୨୫ରେ ଫିଲ୍ମଟି ମୁକ୍ତିଲାଭ କରିପାରେ ବୋଲି କୁହାଯାଉଛି। ଅପରପକ୍ଷରେ ଥାଲାପତି ବିଜୟ ରବିବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ଶେଷ ତଥା ଆଗାମୀ ଫିଲ୍ମର ନାମ ଘୋଷଣା କରିଥିଲେ।