୩ୟ ଥର ପାଇଁ ବିବାହ କରିବେ ରାକ୍ଷୀ ସାୱନ୍ତ, ପାକିସ୍ତାନୀ ଅଭିନେତାଙ୍କ ହାତ ଧରିବା ନେଇ ଚର୍ଚ୍ଚା…

ମୁମ୍ବାଇ: ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କୁ ବଲିଉଡର ଡ୍ରାମା କୁଇନ୍ କୁହାଯାଏ। ନିଜର ବୟାନ ପାଇଁ ସେ ପ୍ରାୟତଃ ବିବାଦରେ ରହିଥାଆନ୍ତି।

ରାକ୍ଷୀ ପୂର୍ବରୁ ଦୁଇଥର ବିବାହ କରିଥିଲେ ମଧ୍ଯ ଉଭୟ ଥର ତାଙ୍କର ଛାଡପତ୍ର ହୋଇଥିଲା। ଏବେ ଖବର ଆସୁଛି ଯେ ସେ ତୃତୀୟ ଥର ବିବାହ କରିବାକୁ ଯାଉଛନ୍ତି। ଆଉ ସେ ବ୍ୟକ୍ତି ଭାରତର ନୁହେଁ ବରଂ ପାକିସ୍ତାନର ବୋଲି ଜଣାପଡିଛି।

ଏନେଇ ରାକ୍ଷୀ କହିଛନ୍ତି ଯେ ମୁଁ କିଛି ସମୟ ପୂର୍ବରୁ ପାକିସ୍ତାନ ଯାଇଥିଲି। ମୋତେ ଅନେକ ବିବାହ ପ୍ରସ୍ତାବ ମଧ୍ଯ ମିଳିଥିଲା। ଏବେ ଏହାରି ମଧ୍ୟରେ ରାକ୍ଷୀଙ୍କ ସହ ଡୋଡି ଖାନ ନାମକ ଜଣେ ବ୍ଯକ୍ତିଙ୍କ ନାମ ଯୋଡି ହୋଇଛି। ତେବେ ବିବାହ ପାକିସ୍ତାନରେ ହିଁ ହେବ ଏବଂ ଇସଲାମିକ ସଂସ୍କୃତି ଅନୁସାରେ ହେବ। ଭାରତରେ ରିସେପସନ ହେବାକୁ ଥିବା ବେଳେ ହନିମୁନ ସ୍ୱିଜରଲ୍ୟାଣ୍ଡ କିମ୍ବା ନେଦରଲ୍ୟାଣ୍ଡ ହେବ ବୋଲି ରାକ୍ଷୀ କହିଛନ୍ତି।

ଡୋଡି ଖାନ ଜଣେ ପାକିସ୍ତାନୀ ଅଭିନେତା ଏବଂ ମଡେଲ। ଉଭୟଙ୍କ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Comments (0)
Add Comment