ବିରାଟ କୋହଲିଙ୍କୁ ଦେଖିବା ପାଇଁ ଠେଲାପେଲା, ଅନେକ ଆହତ

ନୂଆଦିଲ୍ଲୀ: ଆଜି ଅରୁଣ ଜେଟଲୀ କ୍ରିକେଟ୍ ଷ୍ଟାଡିୟମରେ ଦିଲ୍ଲୀ ଏବଂ ରେଲୱେ ମଧ୍ୟରେ ରଣଜୀ ଟ୍ରଫି ମ୍ୟାଚ୍ ଖେଳାଯାଉଛି। ବିରାଟ କୋହଲି ଏହି ମ୍ୟାଚରେ ଦିଲ୍ଲୀ ପକ୍ଷରୁ ଖେଳିବେ। ମ୍ୟାଚରେ ଦିଲ୍ଲୀ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ରେଲଓ୍ବେ ଦଳ ବ୍ୟାଟିଂ କରୁଛି।

ତେବେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ହଜାର ହଜାର ପ୍ରଶଂସକ କୋହଲିଙ୍କ ଏକ ଝଲକ ପାଇବା ପାଇଁ ଷ୍ଟାଡିୟମ ବାହାରେ ପହଞ୍ଚିଥିଲେ। ଏହି ସମୟରେ ଷ୍ଟାଡିୟମରେ ଏଣ୍ଟ୍ରି ବେଳେ ଠେଲାପେଲା ସ୍ଥିତି ଉପୁଜିଥିଲା। ଏହି ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି।

ସୂଚନା ଅନୁଯାୟୀ, ଭାରତୀୟ ଦଳର ଷ୍ଟାର ଖେଳାଳି ବିରାଟ କୋହଲିଙ୍କୁ ଦେଖିବାକୁ ଷ୍ଟାଡିୟମ ବାହାରେ ଖଚାଖଚ ଭିଡ ଦେଖିବାକୁ ମିଳିଛି ।

୧୬ ନମ୍ବର ଗେଟ୍ ବାହାରେ ଏହି ଘଟଣା ଘଟିଥିଲା। ପୋଲିସ ବାଇକ୍ କ୍ଷତିଗ୍ରସ୍ତ ହୋଇଥିଲା ବେଳେ ଅନେକ ଲୋକଙ୍କ ଜୋତା ଚପଲ ଏଣେତେଣେ ପଡିଥିବା ଦେଖିବାକୁ ମିଳିଛି। ଅତି କମରେ ୩ ଜଣ ଆହତ ହୋଇଥିବା ଜଣାପଡିଛି। ଆହତ ଫ୍ୟାନ୍ସଙ୍କୁ ଡିଡିସିଏ ଆଉ ପୋଲିସ କର୍ମୀ ଉଦ୍ଧାର କରି ଚିକିତ୍ସା କରାଇଛନ୍ତି। ସେହିପରି ଭିଡ଼କୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ କର୍ମୀ ମଧ୍ଯ ଆହତ ହୋଇଛନ୍ତି।

Comments (0)
Add Comment