ବଜେଟ ୨୦୨୫: ମହିଳା, ଏସସି ଓ ଏସଟି ଉଦ୍ୟୋଗୀଙ୍କୁ ୨ କୋଟି ପର୍ଯ୍ୟନ୍ତ ଲୋନ

ନୂଆଦିଲ୍ଲୀ: ଆଜି ସଂସଦରେ ୨୦୨୫ର ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅର୍ଥମନ୍ତ୍ରୀ ମହିଳାମାନଙ୍କ ପାଇଁ ଅନେକ ବଡ଼ ଘୋଷଣା କରିଛନ୍ତି । ମହିଳା ଉଦ୍ୟୋଗୀ, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିଙ୍କ ପାଇଁ ୨ କୋଟି ଋଣ ପ୍ରଦାନ କରିବାକୁ ଏକ ଯୋଜନା ଘୋଷଣା କରିଛନ୍ତି। ଯାହା ଦ୍ବାରା ସେମାନେ ସେମାନଙ୍କର ବ୍ୟବସାୟ ଆରମ୍ଭ କରିବାକୁ ସମର୍ଥ ହେବେ । ମହିଳା ସଶକ୍ତିକରଣ ଏବଂ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ ।

ଅର୍ଥମନ୍ତ୍ରୀ କହିଛନ୍ତି, ପାଞ୍ଚ ଲକ୍ଷ ମହିଳା, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ତଥା ପ୍ରଥମ ଥର ପାଇଁ ଉଦ୍ୟୋଗୀମାନଙ୍କ ପାଇଁ ଏକ ନୂତନ ଯୋଜନା ଆରମ୍ଭ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ବିଶ୍ବ ଅର୍ଥନୈତିକ ମଞ୍ଚ ଜାଣିବାକୁ ପାଇଲା ଯେ, ଭାରତରେ ଲିଙ୍ଗଗତ ସମାନତା ଅନୁପାତରେ ସାମାନ୍ୟ ଉନ୍ନତି ହୋଇଛି, ଯଦିଓ ଏହା ବିଶ୍ବର ଲିଙ୍ଗଗତ ବ୍ୟବଧାନ ରିପୋର୍ଟରେ କମ୍ ରହିଛି। ଆର୍ଥିକ ସ୍ଥିତି ହେତୁ ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ସମାନତାର ଅନ୍ତର ବଢି ଚାଲିଛି ।

Comments (0)
Add Comment