ଅଙ୍ଗନବାଡି କେନ୍ଦ୍ରରେ ଉପମା ବଦଳରେ ଦରକାର ବିରିୟାନୀ, ବାଳକର ଅପିଲ୍ ପରେ ବଦଳିବ ମେନ୍ୟୁ

ଥିରୁଅନନ୍ତପୁରମ: ଅଙ୍ଗନବାଡି କେନ୍ଦ୍ରରେ ମିଳୁଥିବା ଉପମା ବଦଳରେ ବିରିୟାନି ଏବଂ ଚିକେନ୍ ଫ୍ରାଏ ଦରକାର। ଏକ ଶିଶୁ ଏଭଳି ଅପିଲ୍ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଖାସ କଥା ହେଉଛି କେରଳ ସରକାର ମଧ୍ୟ ଏହି ଭିଡିଓରେ ରେସପନ୍ସ କରିଛନ୍ତି। ଏପରିକି ଶିଶୁ ଯତ୍ନ କେନ୍ଦ୍ରଗୁଡ଼ିକର ଖାଦ୍ୟ ତଥା ମେନୁ ତାଲିକାରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।

ରାଜ୍ୟ ସ୍ୱାସ୍ଥ୍ୟ, ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ ବୀଣା ଜର୍ଜ ସୋମବାର ଦିନ ତାଙ୍କ ଫେସବୁକ୍ ପେଜରେ ଶଙ୍କୁ ନାମକ ଏକ ଶିଶୁର ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ପିଲାଟି ଅଙ୍ଗନୱାଡିର ମେନୁରେ ପରିବର୍ତ୍ତନ କରିବା ପାଇଁ ଅନୁରୋଧ କରୁଥିବା ଦେଖିବାକୁ ମିଳୁଛି। ଏପରିକି ଉପମା ବଦଳରେ ବିରିୟାନି ଏବଂ ଚିକେନ୍ ଫ୍ରାଏ ଦିଆଯାଉ ବୋଲି କହିଛନ୍ତି।

Comments (0)
Add Comment