ମୋଟିଭେସନାଲ ଟକକୁ ବକବାସ୍ କହିଲେ ସଲମାନ…

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନ ପୁତୁରା ଅରହାନ ଖାନଙ୍କ ସହ ଏକ ପଡକାଷ୍ଟରେ ନଜର ଆସିଛନ୍ତି। ଏଠାରେ ସେ ନିଜ ଜୀବନର ଅଭିଜ୍ଞତା ବାଣ୍ଟିଥିଲେ।

ଏହି ପଡକାଷ୍ଟରେ କଥାବାର୍ତ୍ତା ସମୟରେ ସଲମାନ ଖାନ ‘ମୋଟିଭେସନାଲ ଟକ’କୁ ବକବାସ୍ ବୋଲି କହିଥିଲେ। ସେ କହିଥିଲେ ଯେ ଯଦି ତୁମେ ପ୍ରକୃତରେ କିଛି ଶିଖିବାକୁ ଚାହୁଁଛ ତେବେ କାନ୍ଥ ଏବଂ ଗଛରୁ ଶିଖିବା କଥା। ତୁମେ ତୁମର ଗୁରୁମାନଙ୍କ କଥା ଶୁଣିବା ଉଚିତ। କିନ୍ତୁ ଜୀବନକୁ ଶୃଙ୍ଖଳିତ କରିନପାରିଲେ କିଛି ଲାଭ ନାହିଁ। ତେବେ “ମୁଁ ଏହି ମୋଟିଭେସନାଲ ଟକ’କୁ ବିଶ୍ୱାସ କରେ ନାହିଁ।

ସେ ଆହୁରି ମଧ୍ଯ କହିଛନ୍ତି ଯେ, “ଯେତେବେଳେ ମୋର କିଛି କାମ ନଥାଏ, ମୁଁ କେବଳ ଶୋଇଥାଏ। ମୁଁ ଜେଲରେ ଥିବା ସମୟରେ ବହୁତ ଭଲରେ ଶୋଇଥିଲି। କାରଣ ପ୍ରବଳ କାମ ଯୋଗୁ ମୋତେ ଶୋଇବାକୁ କମ୍ ସମୟ ମିଳିଥାଏ।

ଏହି ପୋଡକାଷ୍ଟରେ ଅରବାଜ ଏବଂ ମଲାଇକାଙ୍କ ଛାଡ଼ପତ୍ର ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ। ବାପା ମାଙ୍କ ଛାଡ଼ପତ୍ର ପାଇଁ ଏହି ପିଲା ବହୁ ଉତଥାନ ପତନର ସାମ୍ନା କରିଛନ୍ତି। କିନ୍ତୁ ଏବେ ନିଜ ଗୋଡ଼ରେ ନିଜେ ଛିଡ଼ା ହେବାକୁ ପଡ଼ିବ।

Comments (0)
Add Comment