ମୁମ୍ବାଇ: ଗାୟକ ବି ପ୍ରାକ୍ ୟୁଟ୍ୟୁବର ରଣବୀର ଆହ୍ଲବାଦିଆଙ୍କ ଉପରେ ବର୍ଷିବା ସହ ତାଙ୍କ ପଡକାଷ୍ଟରେ ସାମିଲ ହେବାକୁ ମନା କରିଛନ୍ତି। ବିୟର ବାଇସେପ୍ସ ନାମରେ ଜଣାଶୁଣା ରଣବୀର ଆହ୍ଲବାଦିଆ ଏକ ରିଆଲିଟି ଶୋ’ରେ ଆପତ୍ତିଜନକ ମନ୍ତବ୍ୟ ଦେବା ପରେ ବିବାଦ ଆରମ୍ଭ ହୋଇଥିଲା।
ବି ପ୍ରାକ୍ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି କହିଛନ୍ତି, ମୁଁ ବିୟର ବାଇସେପ୍ସ ପଡକାଷ୍ଟରେ ଯିବାର ଥିଲା କିନ୍ତୁ ଆମେ ଏହାକୁ ବାତିଲ କରିଦେଇଛୁ। କାହିଁକି ନା ତାଙ୍କର ଚିନ୍ତାଧାରା କେତେ ଖରାପ, ଆମେ ସମସ୍ତେ ଦେଖିପାରୁଛୁ। ସମୟ ରୈନାଙ୍କ ଶୋ’ରେ ଆହ୍ଲବାଦିଆ ଯେଉଁ ଶବ୍ଦସବୁ ବ୍ୟବହାର କରିଥିଲେ ତାହା ଅତ୍ୟନ୍ତ ଆପତ୍ତିଜନକ।
ଜାତୀୟ ପୁରସ୍କାର ବିଜେତା ଗାୟକ ବି ପ୍ରାକ ଆହୁରି ମଧ୍ଯ କହିଛନ୍ତି, ଏହା ଆମର ଭାରତୀୟ ସଂସ୍କୃତି ନୁହେଁ। ତୁମେ ତୁମର ବାପାମାଙ୍କ ବିଷୟରେ କି ପ୍ରକାରର କଥା କହୁଛ? ଏହା କ’ଣ ଏକ କମେଡି? ଏହା ଆଦୌ କମେଡି ନୁହେଁ। ଲୋକମାନଙ୍କୁ ଅଶାଳୀନ କଥା କହିବା ଶିଖାଇବା। ଏହା କି ପ୍ରକାରର ପିଢ଼ି ତିଆରି ହେଉଛି? ମୁଁ ବୁଝି ପାରୁନାହିଁ।