କିଏ ହେବେ ଟିମ୍ ଇଣ୍ଡିଆର ପରବର୍ତ୍ତୀ ଅଧିନାୟକ? ଶିଖର କଲେ ଭବିଷ୍ୟବାଣୀ…

ନୂଆଦିଲ୍ଲୀ: ରୋହିତ ଶର୍ମା ବର୍ତ୍ତମାନ ନିଜ କ୍ରିକେଟ କ୍ୟାରିୟରର ଅନ୍ତିମ ପର୍ଯ୍ୟାୟରେ ଅଛନ୍ତି। ଏହିଭଳି ପରିସ୍ଥିତିରେ ଭାରତର ପରବର୍ତ୍ତୀ ଅଧିନାୟକ କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।ତେବେ ବର୍ତ୍ତମାନ ସୁଦ୍ଧା ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) କୌଣସି ଘୋଷଣା କରିନଥିବାବେଳେ କ୍ରିକେଟ୍ ବିଶେଷଜ୍ଞ ଓ ପୂର୍ବତନ ଖେଳାଳିମାନେ ନିଜ ନିଜର ମତ ଦେଉଛନ୍ତି।

ତେବେ ଭାରତୀୟ କ୍ରିକେଟର ଶିଖର ଧୱନ ଗିଲଙ୍କୁ ଟିମ୍ ଇଣ୍ଡିଆର ପରବର୍ତ୍ତୀ ଅଧିନାୟକ କରିବା ନେଇ ମତ ରଖିଛନ୍ତି। ଗିଲ୍ ବର୍ତ୍ତମାନ ଟିମ ଇଣ୍ଡିଆର ଉପ-ଅଧିନାୟକ ରହିଛନ୍ତି। ଗିଲଙ୍କ ପ୍ରଦର୍ଶନ ଏବଂ ନେତୃତ୍ୱ ନେବା କ୍ଷମତା ସମସ୍ତଙ୍କୁ ପ୍ରଭାବିତ କରୁଥିବା ବେଳେ  ରୋହିତଙ୍କ ପରେ ସେ ହିଁ ଏହି ଦାୟିତ୍ବ ବହନ କରିବାକୁ ଉପଯୁକ୍ତ ବୋଲି ସେ ଦାବି କରିଛନ୍ତି। ତାଙ୍କର ଶାନ୍ତ ସ୍ୱଭାବ ଓ ଅତ୍ୟଧିକ ଚାପରେ ମଧ୍ଯ ଇନିଂସକୁ ସମ୍ଭାଳିବାର କ୍ଷମତା ତାଙ୍କ ପାଖରେ ରହିଛି।

ଅପରପକ୍ଷରେ ବାଂଲାଦେଶ ବିପକ୍ଷରେ ଗିଲ୍ ଶତକ ହାସଲ କରି ଭାରତର ସ୍ଥିତିକୁ ସୁଦୃଢ କରିପାରିଥିଲେ। ସେହିପରି ପାକିସ୍ତାନ ବିପକ୍ଷରେ ମଧ୍ୟ ସେ ଭଲ ପ୍ରଦର୍ଶନ କରିଥିଲେ।

Comments (0)
Add Comment