ଆଖିଧରା ପାଇଁ ଆସିବ ମାର୍ଗଦର୍ଶିକା

ଆଖିଧରା ରୋଗ ଧୀରେ ଧୀରେ ବ୍ୟାପିବାରେ ଲାଗିଛି। ସମ୍ବଲପୁର ସଦର ମେଡିକାଲ ଓ ଭିମାସରରେ ଆଖିଧରା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀଙ୍କ ମଧ୍ୟରୁ ଏବେ ୬୦ପ୍ରତିଶତରୋଗୀକେବଳ ଆଖୀ ଧରା ସଂକ୍ରମିତ ବୋଲି ଜଣାପଡିଛି। ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ପୂର୍ବ ତୁଳନାରେ ଏହି ଆଖି ଧରା ରୋଗୀଙ୍କ ସଂଖ୍ୟା ଦୁଇଗୁଣା ରେ ପହଞ୍ଚିଯିବା ଡ଼ାକ୍ତର କହିଛନ୍ତି।

ଏବେ ସଂକ୍ରମିତ ସଂଖ୍ୟା ବଢୁଥିବାରୁ ରାଜ୍ୟ ମାଗ୍ରଦର୍ଶୀକା ଜାରି କରିପାରନ୍ତି। ଏହା ଏକ ଭୂତାଣୁ ଜନିତ ରୋଗ। ଭୂତାଣୁ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ସଂକ୍ରମିତ ହୋଇଥିବାରୁ ସତର୍କ ରହିବାକୁ ପଡିବ। ତେଣୁ ସ୍କୁଲରେ ଯେଉଁ ପିଲାଙ୍କୁ ବ୍ୟାପୁଛି ତାଙ୍କ ବାପା ମାଆଙ୍କୁ ଅନୁରୋଧ ସେ ପିଲା ମାନଙ୍କୁ ସ୍କୁଲ ନ ଛାଡିବାକୁ ।

Comments (0)
Add Comment