ଭୁବନେଶ୍ୱର: ନାଁ ନ ନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । କହିଲେ ବ୍ୟକ୍ତିକୈନ୍ଦ୍ରିକ ଭାବେ ଖର୍ଚ୍ଚ ଚାଲିଥିଲା ପର୍ଯ୍ୟଟନ ଟଙ୍କା। ପର୍ଯ୍ୟଟନ ବିକାଶକୁ ନେଇ ପୂର୍ବ ସରକାରଙ୍କୁ ଉପ ମୁଖ୍ୟମନ୍ତ୍ରୀ ଏପରି ଟାର୍ଗେଟ କରି କହିଛନ୍ତି।
ପ୍ରଭାତୀ ପରିଡା ପୂର୍ବ ସରକାରଙ୍କୁ ଟାର୍ଗେଟ କରି କହିଲେ, ବ୍ୟକ୍ତିକେନ୍ଦ୍ରିକ ଭାବେ ପର୍ଯ୍ୟଟନ ଟଙ୍କା ଖର୍ଚ୍ଚ କରାଯାଉଥିଲା। ଜଣଙ୍କ ପ୍ରଚାର ପ୍ରସାର ପାଇଁ ପର୍ଯ୍ୟଟନର ସମସ୍ତ ଟଙ୍କା ବଣ୍ଟା ଯାଉଥିଲା। କିନ୍ତୁ ବିଜେପି ନିର୍ଦ୍ଦିଷ୍ଟ ବ୍ୟକ୍ତିର ପ୍ରଚାର ପ୍ରସାର କରିବ ନାହିଁ ବୋଲି କହିଛନ୍ତି ପ୍ରଭାତୀ।
ସେ ପୁଣି କହିଛନ୍ତି, ଶାଗମାଛ ଦରରେ ପର୍ଯ୍ୟଟନ ସ୍ଥଳୀକୁ ଦଳୀୟ କର୍ମୀଙ୍କୁ ଦେଇଛନ୍ତି। ଏବେ ବି ପ୍ରମୁଖ ପର୍ଯ୍ୟଟନ ସ୍ଥଳକୁ ଆହୁରି ନିବେଶକଙ୍କୁ ଦିଆଯିବ। ପର୍ଯ୍ୟଟନ ପାଇଁ ୮ ହଜାର ୧୫୩ କୋଟି ନିବେଶ କ୍ଲିୟରାନ୍ସ ସ୍ପିଡ୍ରେ ହେଉଛି। ଏବେ ଓଡିଶାର ପର୍ଯ୍ୟଟନ ବିକାଶ ଦିଗରେ ରାଜ୍ୟ ସରକାର ପ୍ରାଧାନ୍ୟ ଦେଉଛନ୍ତି।