ହ୍ୟାକ୍ ହେଲା ଶ୍ରେୟା ଘୋଷାଲଙ୍କ ଏକ୍ସ ଆକାଉଣ୍ଟ

ମୁମ୍ବାଇ: ଗାୟିକା ଶ୍ରେୟା ଘୋଷାଲଙ୍କ ସ୍ୱରରେ ସମସ୍ତେ ପାଗଳ । ଶ୍ରେୟାଙ୍କୁ କୌଣସି ପରିଚୟ ଆବଶ୍ୟକତା ନାହିଁ । ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଝିଅ ଶ୍ରେୟାଙ୍କ ଗୀତପାଇଁ ପୁରା ଦେଶ ପାଗଳ । ନିଜ ସ୍ଵରର ଯାଦୁରେ ସମସ୍ତଙ୍କୁ ବାନ୍ଧି ରଖିଛନ୍ତି ଶ୍ରେୟା । ତେବେ ଶ୍ରେୟା ଘୋଷାଲଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଗାୟିକାଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ୍‌ ହୋଇଯାଇଛି। ଏନେଇ ଶ୍ରେୟା ଘୋଷାଲ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି।

ତେବେ ଗତ ୧୩ ଫେବୃଆରୀରୁ ତାଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଥିବା ସେ କହିଛନ୍ତି। ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି ଗାୟିକା ଲେଖିଛନ୍ତି, ମୋରା ଏକ୍ସ ଆକାଉଣ୍ଟ ହ୍ୟାକ୍ ହୋଇଛି। ଗତ ଫେବୃଆରୀ ୧୩ ତାରିଖରୁ ମୋର ଏକ୍ସ ଆକାଉଣ୍ଟ ହ୍ୟାକ୍ ହୋଇଛି। ମୁଁ ଏକ୍ସ ଟିମ୍ ସହିତ ଯୋଗାଯୋଗ କରିବାକୁ ବହୁତ ଚେଷ୍ଟା କଲି। କିନ୍ତୁ ଅଟୋ ରେସ୍‌ପନ୍ସ ବ୍ୟତୀତ ଆଉ କୌଣସି ଉପଯୁକ୍ତ ପ୍ରତିକ୍ରିୟା ଆସୁ ନାହିଁ। ମୁଁ ମୋ ଆକାଉଣ୍ଟକୁ ଲଗ୍ ଇନ୍ କିମ୍ବା ଡିଲିଟ୍ କରି ପାରୁ ନାହିଁ।

 

ଏଥିସହ ଜନତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗାୟିକା ତାଙ୍କ ପ୍ରଶଂସକମାନଙ୍କୁ ସତର୍କ ମଧ୍ୟ କରାଇଛନ୍ତି । ସେ ପୋଷ୍ଟରେ ଆହୁରି ଲେଖିଛନ୍ତି ଯେ, ଦୟାକରି ଏହି ଆକାଉଣ୍ଟରୁ ପଠାଯାଇଥିବା କୌଣସି ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ। ଏହି ଆକାଉଣ୍ଟରେ ଲେଖାଯାଉଥିବା କୌଣସି ଜିନିଷକୁ ବିଶ୍ୱାସ କରନ୍ତୁ ନାହିଁ। ଏଗୁଡ଼ିକ ସବୁ ଠକ ଲିଙ୍କ୍। ଯେତେବେଳେ ଆକାଉଣ୍ଟ୍ ଠିକ ହୋଇଯିବ, ମୁଁ ଭିଡିଓ ମାଧ୍ୟମରେ ଏ ବିଷୟରେ ସୂଚନା ଦେବି।

Comments (0)
Add Comment