ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାରମାନଙ୍କର ଫିଲ୍ମକୁ ପ୍ରଶଂସକମାନେ ସବୁ ସମୟରେ ଅପେକ୍ଷା କରିଥାନ୍ତି। ଚଳଚ୍ଚିତ୍ର ନିର୍ମାତାମାନେ ମଧ୍ୟ ଅଭିନେତାଙ୍କ ଅଭିନୟ ଏବଂ ଲୋକପ୍ରିୟତାକୁ ଧ୍ୟାନରେ ରଖି ସେମାନଙ୍କୁ ଫିଲ୍ମରେ କାଷ୍ଟ କରିଥାନ୍ତି। ତେବେ ବର୍ତ୍ତମାନ ସମୟରେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ଯ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ଗ୍ରହଣ କରିସାରିଲାଣି। ତେବେ ଭାରତର ପ୍ରଥମ ଏଆଇ ନିର୍ମିତ ଫିଲ୍ମ ‘ନାଇଶା’ର ଟ୍ରେଲର ରିଲିଜ୍ ହୋଇଯାଇଛି। ଯାହା ଦର୍ଶକଙ୍କୁ ଖୁବ୍ ପସନ୍ଦ ମଧ୍ଯ ଆସିଛି।
ପ୍ରାୟ ସମସ୍ତ ବଲିଉଡ୍ ଫିଲ୍ମରେ ନାୟକ ଏବଂ ନାୟିକାଙ୍କର ରୋମାନ୍ସ ଦେଖିବାକୁ ମିଳିଥାଏ କିନ୍ତୁ ‘ନାଇଶା’ ଫିଲ୍ମରେ କିଛି ଅଲଗା କରିବାକୁ ଚେଷ୍ଟା କରାଯାଇଛି। ତେବେ ଏହି ଫିଲ୍ମରେ ଏଆଇ-ଜେନେରେଟେଡ୍ ଚରିତ୍ର ମାନଙ୍କୁ ଦେଖିବାକୁ ମିଳିବ ଯାହାକି ଭାରତୀୟ ସିନେମା ପାଇଁ ଏକ ନୂତନ ସୁଯୋଗ ସୃଷ୍ଟି କରିବ।
ତେବେ ଫିଲ୍ମର ଏକ ଡାଇଲଗ୍ “ମୁଝେ ଲୋଗ୍ ଶସ୍ତା ବାଦଶାହ କେହତେ ହେଁ” ରହିଛି। ଏହି ଫିଲ୍ମର ଟାଇଟଲ୍ ଟ୍ରାକ୍ ମଧ୍ୟ ଦର୍ଶା ମାନଙ୍କୁ ଖୁବ୍ ପସନ୍ଦ ଆସୁଅଛି।