ଚାମୋଲି ହିମସ୍ଖଳନରେ ମୃତ୍ୟୁ ସଂଖ୍ଯା ୮କୁ ବଦ୍ଧି

ଡେରାଡୁନ: ଚାମୋଲିରେ ହିମସ୍ଖଳନରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ସମସ୍ତ ଚାରି ନିଖୋଜ ଶ୍ରମିକଙ୍କ ମୃତଦେହ ମିଳିଛି। ଗତକାଲି ଚାରି ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଏଯାବତ ମୃତ୍ୟୁ ସଂଖ୍ୟା ଆଠରେ ପହଞ୍ଚିଛି।

ରବିବାର ସକାଳେ ବଦ୍ରିନାଥ-ମାନାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଉତ୍ତର ପ୍ରଦେଶର ସମ୍ଭଲ ଇଶାପୁରର ମହେନ୍ଦ୍ର ସିଂହ (୨୩)ଙ୍କ ପୁଅ ପବନଙ୍କୁ ଗୁରୁତର ଅବସ୍ଥାରେ ହେଲି ଆମ୍ବୁଲାନ୍ସ ଯୋଗେ ଏମ୍ସ ଋଷିକେଶକୁ ରେଫର କରାଯାଇଥିଲା। ଶନିବାର ଦିନ ଅନ୍ୟ ଜଣଙ୍କୁ ରେଫର କରାଯାଇଥିଲା।

ଫେବୃଆରୀ ୨୮ ତାରିଖରେ ଜୋଶୀମଠର ମାନା ଗାଁ ନିକଟରେ ବିଆରଓ ଶିବିରରେ ହିମସ୍ଖଳନ ହୋଇଥିଲା। ଯାହାପରେ ଶନିବାରଠାରୁ ବାୟୁସେନାର ଚିତା ହେଲିକପ୍ଟର ଚାମୋଲିର ମାନା ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

Comments (0)
Add Comment