ଭୁବନେଶ୍ୱର: ଏଣିକି ଓଡିଶାରେ ଏବେ ମାର୍ଚ୍ଚ ୫ ତାରିଖକୁ ଆଉ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯିବନି । ଏପ୍ରିଲ ୨୪ ତାରିଖରେ ପାଳନ ହେବ ପଞ୍ଚାୟତିରାଜ ଦିବସ । ଲୋକସେବା ଦିବସ ମଧ୍ୟ ଏହି ଦିନ ପାଳନ କରାଯିବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ପ୍ରେସ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦିଆଯାଇଛି ।
ଏଥିସହ ମାର୍ଚ୍ଚ ୫ରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ଆଡ଼ମ୍ବର ସହ ପାଳିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ତେବେ ଏହି ଦିବସକୁ ସରକାରୀ ଛୁଟି ଭାବେ ପାଳନ କରାଯିବ ନାହିଁ ।