ସାଉଥ୍ ଫିଲ୍ମରେ ଡେବ୍ୟୁ କରିବେ ସୋନାକ୍ଷୀ ସିହ୍ନା

ମୁମ୍ବାଇ: ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବେ ଦକ୍ଷିଣ ସିନେମା ଜଗତରେ ପାଦ ଦେବାକୁ ଯାଉଛନ୍ତି।

ରିପୋର୍ଟ ଅନୁଯାୟୀ, ସୋନାକ୍ଷୀ ଖୁବ୍‌ଶୀଘ୍ର ତେଲୁଗୁ ଫିଲ୍ମ ‘ଜଟାଧାରା’ରେ ନଜର ଆସିବେ। ଯାହାର ସୁଟିଂ ଖୁବ୍‌ଶୀଘ୍ର ଆରମ୍ଭ ହେବ।

‘ଜଟାଧାରା’ରେ ଲିଡ୍ ରୋଲରେ ସୁଧୀର ବାବୁ ରହିଛନ୍ତି। ତେବେ ଏନେଇ ମେକର୍ସ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି। ସୂତ୍ରରୁ ଜଣାପଡ଼ିଛି ଯେ ଅଭିନେତ୍ରୀ ଏହି ଚଳଚ୍ଚିତ୍ରରେ କାମ କରିବାକୁ ଥିବା ବେଳେ ଫିଲ୍ମରେ ସୋନାକ୍ଷୀଙ୍କୁ ଏକ ଶକ୍ତିଶାଳୀ ତଥା ଭିନ୍ନ ଭୂମିକାରେ ନଜର ଆସିପାରନ୍ତି।

Comments (0)
Add Comment