ପିଓକେ ଦିଅ, କାଶ୍ମୀର ସମସ୍ୟା ସମାଧାନ ହେଇଯିବ: ଜୟଶଙ୍କର

ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ବ୍ରିଟେନ ଗସ୍ତରେ ଅଛନ୍ତି। ସେଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦେଇଥିବା ବୟାନକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି।

ପାକ୍ ଅଧିକୃତ କାଶ୍ମୀର ପ୍ରସଙ୍ଗରେ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, “ପାକିସ୍ତାନ ପାକ୍ ଅଧିକୃତ କାଶ୍ମୀର (ପିଓକେ) ଖାଲି କଲେ କାଶ୍ମୀର ସମସ୍ୟା ସମ୍ପୂର୍ଣ୍ଣ ସମାଧାନ ହୋଇଯିବ।”

ସେ ଆହୁରି ମଧ୍ଯ କହିଛନ୍ତି “ଯେଉଁଦିନ ଆମେ ପାକିସ୍ତାନ ଅଧିକୃତ ଅଞ୍ଚଳ ଫେରି ପାଇବୁ, ସେହିଦିନ କାଶ୍ମୀର ସମସ୍ୟାର ସମାଧାନ ହୋଇଯିବ। କାଶ୍ମୀରରେ ଆମେ ଅଧିକାଂଶ ସମସ୍ୟାର ସମାଧାନ ପାଇଁ ଭଲ କାମ କରିଛୁ। ଧାରା ୩୭୦ ହଟାଇବା ପ୍ରଥମ ପଦକ୍ଷେପ ଥିଲା। ସେହିପରି କାଶ୍ମୀରରେ ବିକାଶ, ଆର୍ଥିକ କାର୍ଯ୍ୟକଳାପ ଏବଂ ସାମାଜିକ ନ୍ୟାୟ ପୁନଃସ୍ଥାପନ କରିବା ଦ୍ୱିତୀୟ ପଦକ୍ଷେପ ଥିଲା। ଏହା ପରେ କାଶ୍ମୀରରେ ନିର୍ବାଚନ ଆୟୋଜନ କରାଯିବା ତୃତୀୟ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା।

 

Comments (0)
Add Comment