ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଫଳାଫଳ ଟିମ ଇଣ୍ଡିଆର ଅନେକ କ୍ରିକେଟରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ । କ୍ରମାଗତ ଭଲ ପ୍ରଦର୍ଶନ କରି ଶ୍ରେୟାଶ ଆୟାର ବିସିସିଆଇକୁ ପ୍ରଭାବିତ କରିପାରିଛନ୍ତି । ଶ୍ରେୟାଶଙ୍କୁ ଚାମ୍ପିୟନ୍ସ ଟ୍ରଫି ପରେ ବିସିସିଆଇ ପୁରସ୍କୃତ କରିବା ସମ୍ଭାବନା ରହିଛି । ବିସିସିଆଇ ଖୁବ ଶୀଘ୍ର ସେଂଟ୍ରାଲ କଂଟ୍ରାକ୍ଟ ରିନ୍ୟୁ କରିବ । ଏଥିରେ ଶ୍ରେୟାଶଙ୍କ ନାମ ସାମିଲ ହେବ ବୋଲି ଅନୁମାନ କରାଯାଉଛି ।
ଗତ ବର୍ଷ ବିଶୃଙ୍ଖଳିତ ଆଚରଣ ଯୋଗୁ ବିସିସିଆଇ ତାଙ୍କୁ ସେଂଟ୍ରାଲ କଂଟ୍ରାକ୍ଟରୁ ବାଦ ଦେଇଥିଲା । ଏହି ଘଟଣା ପରେ ଶ୍ରେୟାଶ ନିଜ କ୍ୟାରିୟର ନେଇ ବେଶ ଯତ୍ନବାନ ହୋଇ ପଡିଛନ୍ତି । ପୂର୍ବ ଭଳି ଆଉ କୌଣସି ଭୁଲ ନ କରି ଏବେ କ୍ରିିକେଟ ପ୍ରତି ମନୋନିବେଶ କରିଛନ୍ତି । ବିସିସିଆଇ ଖେଳାଳିଙ୍କ ପ୍ରଦର୍ଶନକୁ ଭିତି କରି ନୂତନ ସେଂଟ୍ରାଲ କଂଟ୍ରାକ୍ଟ ଜାରୀ କରିବ ।