ବଲିଉଡକୁ ବାଏ ବାଏ କଲେ ଅନୁରାଗ କଶ୍ୟପ

ମୁମ୍ବାଇ: ପ୍ରସିଦ୍ଧ ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ଫିଲ୍ମ ଇଣ୍ଡଷ୍ଟ୍ରିର ଟକ୍ସିକ ମାହୋଲରୁ ବିରକ୍ତ ହୋଇ ମୁମ୍ବାଇ ଛାଡିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ କହିଥିଲେ ଯେ ସେ ଏବେ ବେଙ୍ଗାଲୁରୁକୁ ସ୍ଥାନାନ୍ତରିତ ହୋଇଛନ୍ତି। ଏଥିସହିତ ବଲିଉଡରୁ ଦୂରରେ ରହିବାକୁ ଚାହୁଁଛନ୍ତି।

ଏବେ ବଲିଉଡରେ ସମସ୍ତେ ୮୦୦ କୋଟି ଟଙ୍କା ଆୟ କରୁଥିବା ଫିଲ୍ମ ତିଆରି କରିବା ପଛରେ ଦୌଡୁଛନ୍ତି। ଯାହାଫଳରେ କ୍ରିଏଟିଭିଟି ନଷ୍ଟ ହେଉଛି ଏବଂ ଇଣ୍ଡଷ୍ଟ୍ରି ଟକ୍ସିକ ହୋଇଗଲାଣି ବୋଲି ସେ କହିଥିଲେ।

ତେବେ ଅନୁରାଗ ଏବେ ମାଲାୟଲମ ଏବଂ ତାମିଲ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯୋଜନା କରୁଛନ୍ତି। ସେ ଦକ୍ଷିଣ ଚଳଚ୍ଚିତ୍ରରେ ଅଭିନେତା ଭାବରେ ମଧ୍ୟ କାମ କରିଛନ୍ତି। ଯେଉଁଥିରେ ତାଙ୍କୁ ପ୍ରାୟତଃ ନେଗେଟିଭ୍ ରୋଲରେ ଦେଖାଯାଇଛି।

Comments (0)
Add Comment