ଦୁବାଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଫାଇନାଲ ମ୍ୟାଚ ମାର୍ଚ୍ଚ ୯ରେ ଖେଳାଯିବ । ଦୁଇ ଶକ୍ତିଶାଳୀ ଟିମ ମଧ୍ୟରେ ଏକ କଡା ମୁକାବିଲା ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ୨୫ ବର୍ଷ ପରେ ଭାରତ ଚାମ୍ପିୟନ୍ସ ଟ୍ରଫି ପରାଜୟର ପ୍ରତିଶୋଧ ନେବାକୁ ଓହ୍ଲାଇବ । ତେବେ ଭାରତର ପୂର୍ବତନ ମହାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନଙ୍କ ବୟାନ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି । ସେ କହିଛନ୍ତି ଭାରତ ଜିତିବ ବୋଲି ମୁଁ ଆଶା ବାନ୍ଧିଥିଲେ ମଧ୍ୟ ଏବେ ବି ନ୍ୟୁଜିଲାଣ୍ଡ ଭୟ ଘାରିଛି । ୨୦୧୧ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ଭାରତକୁ ନ୍ୟୁଜିଲାଣ୍ଡ ପରାସ୍ତ କରିଥିଲା । ଭାରତ ଏବେ କ୍ରମାଗତ ୩ଟି ଆଇସିସି ଟ୍ରଫିର ଫାଇନାଲରେ ପ୍ରବେଶ କରି ଶ୍ରେଷ୍ଠତ୍ୱ ପ୍ରମାଣିତ କରିଛି । ୨୦୨୩ ଦିନିକିଆ ବିଶ୍ୱକପ, ୨୦୨୪ ଟି୨୦ ବିଶ୍ୱକପ ପରେ ଏବେ ଚାମ୍ପିୟନ୍ସ ଟ୍ରଫି ଫାଇନାଲକୁ ଉନ୍ନୀତ ହୋଇଛି ।