କେଶରୁ କିପରି ସହଜରେ ଛଡାଇବେ ହୋଲି ରଙ୍ଗ ? ଜାଣନ୍ତୁ…

ଭୁବନେଶ୍ବର : ଆନନ୍ଦ ତଥା ଭାଇଚାରାର ପର୍ବ ହୋଲି। ପିଲାଠୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପାଳନ କରନ୍ତି ଏହି ପର୍ବ । ହୋଲିରେ ବ୍ୟବହୃତ ରାସାୟନିକ ରଙ୍ଗ, ଏବଂ ପାଣି ଆପଣଙ୍କ କେଶକୁ ବିଶେଷ ଭାବରେ କ୍ଷତି ପହଞ୍ଚାଇପାରେ। ରାସାୟନିକ ରଙ୍ଗ କେଶରୁ ଆର୍ଦ୍ରତା ଦୂର କରିବ ସହିତ ରୁପି, କେଶ ଝଡ଼ିବା ଏବଂ ମୁଣ୍ଡ ସଂକ୍ରମଣ ଭଳି ସମସ୍ୟା ସୃଷ୍ଟି କରିପାରେ। ଯଦି ହୋଲି ଖେଳିବା ପରେ ଆପଣଙ୍କ କେଶରେ ରଙ୍ଗ ଲାଗିଯାଏ ଏବଂ ବାରମ୍ବାର ଧୋଇବା ପରେ ମଧ୍ୟ ଛାଡି ନଥାଏ, ତେବେ ଭୟଭୀତ ହୁଅନ୍ତୁ ନାହିଁ। ଆମେ ଆପଣଙ୍କୁ କହିବୁ କିଛି ସହଜ ଘରୋଇ ଟିପ୍ସ । ଯାହାକୁ ଆପଣାଇ ଆପଣ ଆପଣଙ୍କ କେଶରେ କୌଣସି କ୍ଷତି ନକରି ସହଜରେ ରଙ୍ଗ ହଟାଇ ପାରିବେ।

ହୋଲି ଖେଳିବା ପରେ ତୁରନ୍ତ କେଶକୁ କୁଣ୍ଡାଇ ଦିଅନ୍ତୁ । ଏହା କରିବା ଦ୍ଵାରା ଶୁଖିଲା ଅବିର ଏବଂ ରଙ୍ଗ ସହଜରେ ଛାଡ଼ି ପାରିବ। ଏହାପରେ, କେଶକୁ ଓଦା କରିବା ପୂର୍ବରୁ, ହାତରେ କିମ୍ବା ଶୁଖିଲା କପଡାରେ ହାଲୁକା ଭାବରେ ଘଷନ୍ତୁ। କାରଣ ହଠାତ କେଶ ଧୋଇବା ଦ୍ଵାରା ରଙ୍ଗ ଅଧିକ ଗଭୀର ଭାବରେ ଲାଗିପାରେ।

ହୋଲି ଖେଳିବା ପରେ, ନଡ଼ିଆ ତେଲ, ଅଲିଭ୍ ତେଲ କିମ୍ବା ବାଦାମ ତେଲକୁ ହାଲୁକା ଗରମ କରି ମୁଣ୍ଡରେ ଭଲ ଭାବରେ ଲଗାଇ ୩୦ ମିନିଟ୍ ପାଇଁ ଛାଡି ଦିଅନ୍ତୁ। ଏହାପରେ କୌଣସି ହର୍ବାଲ ସାମ୍ପୁରେ କେଶ ଧୋଇ ଦିଅନ୍ତୁ। ତେଲ ଲଗାଇବା ଦ୍ୱାରା ରଙ୍ଗର ପ୍ରଭାବ କମିଯାଏ ଏବଂ ଏହା ଆପଣଙ୍କ କେଶକୁ ଆର୍ଦ୍ର ରଖେ। କେଶ ଧୋଇବା ସମୟରେ ହାଲକା ଉଷୁମ ପାଣି ବ୍ୟବହାର କରନ୍ତୁ।

ହୋଲି ପରେ କେଶକୁ ସୁସ୍ଥ ରଖିବା ପାଇଁ ଏକ ପ୍ରାକୃତିକ ହେୟାର ମାସ୍କ ଲଗାଇବା ଜରୁରୀ । ଏଥିପାଇଁ, ଆପଣ ଦହି ଏବଂ ମହୁ ମାସ୍କ, ଆଲୋଭେରା ଏବଂ ନଡ଼ିଆ ତେଲ କିମ୍ବା ମେଥି ଏବଂ ଦହି ପ୍ରସ୍ତୁତ ହେୟାର ମାସ୍କ ତିଆରି କରି ଲଗାଇପାରିବେ। ଏହି ହେୟାର ମାସ୍କଗୁଡ଼ିକ ଆପଣଙ୍କ ହେଶରେ ଶୁଷ୍କତା କମ କରିବା ସହିତ ସୁସ୍ଥ ରଖିବାରେ ସାହାଯ୍ୟ କରିବ।

Comments (0)
Add Comment