ଆଗରେ ବସିବାର ଯୋଗ୍ୟତା ନାହିଁ; କାହିଁକି କ୍ଷୋଭ ପ୍ରକାଶ କଲେ ଜୟନାରାୟଣ..

ଭୁବନେଶ୍ୱର: ସାମ୍ବାଦିକଙ୍କ ପ୍ରଶ୍ନରେ କ୍ଷୋଭ ଝାଡ଼ିଲେ ବରିଷ୍ଠ ନେତା ଜୟନାରାୟଣ। ବଡ଼ ବଡ଼ିଆ ନେତାଙ୍କୁ ପଚାର, ଆମ ଭଳିଆ ଛୋଟକାଟିଆଙ୍କୁ କାହିଁ ପଚାରୁଛ।

ସୂଚନା ଅନୁଯାୟୀ, ଆସନ୍ତା ୨୨ ତାରିଖରେ ଓଡିଶା ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଶାହଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ବୈଠକରେ ଜୟନାରାୟଣ ମିଶ୍ର ଏଭଳି କ୍ଷୋଭ ପ୍ରକାଶ କରିଛନ୍ତି। ଆପଣ ବରିଷ୍ଠ ବୋଲି ସାମ୍ବାଦିକମାନେ କହିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ। ସେ କହିଛନ୍ତି ଯେ, ବଡ଼ ବଡ଼ିଆ ନେତାଙ୍କୁ ପଚାର, ଆମ ଭଳିଆ ଛୋଟକାଟିଆଙ୍କୁ କାହିଁ ପଚାରୁଛ। ବରିଷ୍ଠଙ୍କର ଭ୍ୟାଲୁ କ’ଣ।

ଏପରିକି ପ୍ରସ୍ତୁତି ବୈଠକରେ ପଛରେ ବସିବା ପ୍ରସଙ୍ଗରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଗୋଟେ ଜାଗାରେ ବସିବାର ଯୋଗ୍ୟତା ସମସ୍ତଙ୍କ ରହିବା କଥା। ସେ ଜାଗା ରାଜ୍ୟ ସଭାପତି, ସମ୍ପାଦକ, ମନ୍ତ୍ରୀ ପାଇଁ ଉଦ୍ଦିଷ୍ଟ ଥିଲା। ସେଥି ମଧ୍ୟରୁ ମୁଁ କେହି ନୁହଁ, ସେଠି ବସିବାର ଆବଶ୍ୟକତା ନ ଥିଲା। ମୋର ଯୋଗ୍ୟତା ନାହିଁ ବୋଲି ଭାବିଲି, ସେଥିପାଇଁ ଗଲିନି ବୋଲି କହିଛନ୍ତି ଜୟନାରାୟଣ।

ଉଲ୍ଲେଖଯୋଗ୍ୟ, ଓଡ଼ିଶା ସହ ମିଶିବା ଐତିହାସିକ ଭୁଲ ଥିଲା କହି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଥିଲେ। ଏପରିକି ତାଙ୍କର ଉତ୍କଳକୁ ବିରୋଧ ଓ କୋଶଳ ସମର୍ଥନରେ ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଥିଲା। ତେବେ ତାଙ୍କ ମନ୍ତବ୍ୟ ଉପରେ କୌଣସି ଦଳୀୟ ନେତା ପ୍ରତିକ୍ରିୟା ଦେଇନାହାନ୍ତି।

Comments (0)
Add Comment