ଭୁବନେଶ୍ୱର: ରାଜ୍ୟରେ ୧୮ ହଜାର ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ବିଜେପି ସରକାର ନିଯୁକ୍ତି ଦେଇଛନ୍ତି। ଆହୁରି ୧୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ବିଧାନସଭାରେ ଏଭଳି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ସେହିପରି ନୂଆ ସରକାର ଏପର୍ଯ୍ୟନ୍ତ ୧୮ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତି ଦେଇସାରିଲେଣି। ଆଗକୁ ଆହୁରି ୧୦ ହଜାର ଶିକ୍ଷକ ନିଯୁକ୍ତି ହେବେ ବୋଲି କହିଛନ୍ତି ମନ୍ତ୍ରୀ। ସେପଟେ ପିଅନ ଓ କିରାଣିର ବି ଆବଶ୍ୟକତା ଦେଖି ନିଯୁକ୍ତି ଦିଆଯିବ ବୋଲି ଗୃହରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତି, ଆମ ସରକାର ଶିକ୍ଷା କ୍ଷେତ୍ରକୁ ଗୁରୁତ୍ଵ ଦେଉଛି, ଆମ ବିଭାଗରେ ସବୁଠୁ ଅଧିକ ନିଯୁକ୍ତି ଦିଆଯାଉଛି।