ଭବାନୀପାଟଣା: ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଭବାନୀପାଟଣାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୩ ବର୍ଷରେ ବିନିଯୋଗ ହେବ ୭ ହଜାର ୫୫୦ କୋଟି । ବିଶେଷକରି ଭିନ୍ନକ୍ଷମ, ବିଧବା, ରୋଗାକ୍ରାନ୍ତ, ସହିଦ ପରିବାରକୁ ମିଳିବ ଘର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩୨୦୦ ହିତାଧିକାରୀ ଉପକୃତ ହେବାର ଯୋଜନା ରହିଛି। ଚଳିତ ବର୍ଷ ୫୦ ହଜାରରୁ ଉର୍ଦ୍ଧ ହିତାଧିକାରୀଙ୍କୁ ୨୬୦୩ କୋଟି ଟଙ୍କା ବଜେଟ ରେ ଅର୍ଥ ବ୍ୟବସ୍ଥା କରିଛନ୍ତି। ପୂର୍ବରୁ କେନ୍ଦ୍ରୀୟ ପ୍ରାୟୋଜିତ ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ଗ୍ରାମିନ ସମେତ ବିଭିନ୍ନ ଯୋଜନା ପ୍ରବର୍ତ୍ତନ କରିଥିଲେ ମଧ୍ୟ (PMAY-G) ର ସୀମିତତା (LIMITATION) ହେତୁ ଅନେକ ପରିବାର ଅଛନ୍ତି ଯେଉଁମାନେ ଏହି ଯୋଜନା ଅଧୀନରେ ରହିଯାଇଛନ୍ତି ଓ ପକ୍କା ଘର ପାଇ ପାରୁ ନାହାନ୍ତି। ଅପରପକ୍ଷେ, ସ୍ୱଳ୍ପ ଆୟକାରୀ ପରିବାରମାନଙ୍କୁ ଏହି ଯୋଜନାରେ ମାଗଣା ଘର ଯୋଗାଇ ଦିଆଯିବ
ଏଥିପାଇଁ ଅନଲାଇନ ଆବେଦନ ଖୋଲିବ । ଫୋନ୍ ନମ୍ବର ୦୬୭୪୬୮୧୭୭୭୭ ଏବଂ ୱେବ ପୋର୍ଟାଲ ମାଧ୍ୟମରେ ପଞ୍ଚାୟତ କାର୍ଯ୍ୟାଳୟରେ ବିଡ଼ିଓଙ୍କ ମାଧ୍ୟମରେ ଆବଦନ କରିହେବ । ବଜେଟ୍ରେ ରାଜ୍ୟ ଗରିବଙ୍କ ପକ୍କା ବାସ ଗୃହ ଦେବା ପାଇଁ ବଡ଼ ଲକ୍ଷ୍ୟ ରଖାଯାଇଛି । ମୋହନ ସରକାର ବଜେଟ୍ରେ ଅନ୍ତ୍ୟୋଦୟ ଯୋଜନା ଲାଗି ୭୭୫୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ୬ ଶହ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ପଞ୍ଚାୟତିରାଜ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ ଓ ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ରାଜ୍ୟ ମନ୍ତ୍ରୀ ରବି ନାରାୟଣ ନାଏକ, ସଚିବ ଗିରିଶ ସତ୍ୟ ନାରାୟଣ , କଳାହାଣ୍ଡି ଏମପି ମାଳବିକା ଦେବୀ, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ଜିଲାପାଳ ପାୱାର ସଚିନ ପ୍ରକାଶ ପ୍ରମୁଖ ଉପସ୍ଥିତ ଥିଲେ।