କପିଲ୍ ଶର୍ମାଙ୍କ ଶକିଂ ଟ୍ରାନ୍ସଫର୍ମେସନ, ଚିନ୍ତାରେ ଫ୍ୟାନ୍ସ…

ମୁମ୍ବାଇ: ‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ’ର ସିଜିନ୍ ୩ ଜରିଆରେ ଟିଭି ପରଦାକୁ ଫେରିବାକୁ ଯାଉଛନ୍ତି ଲୋକପ୍ରିୟ ହାସ୍ୟ ଅଭିନେତା କପିଲ୍ ଶର୍ମା। ନିକଟରେ କପିଲଙ୍କୁ ଏୟାରପୋର୍ଟରେ ଦେଖାଯାଇଥିଲେ। ସେ ଏକ ଷ୍ଟାଇଲିସ୍ ଟିଲ୍ କୋ-ଅର୍ଡ ସେଟ୍ ପିନ୍ଧିଥିଲେ। ତାଙ୍କର ପତଳା ଚେହେରା ଦେଖି ଅନେକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ତେବେ ପ୍ରଶଂସକ ମାନେ କପିଲଙ୍କର ସ୍ୱାସ୍ଥ୍ୟ କୁ ନେଇ ଚିନ୍ତା ପ୍ରକଟ ମଧ୍ୟ କରିଛନ୍ତି।

କିଛି ଲୋକ  କପିଲଶର୍ମା ଙ୍କ  ଦେହ ଭଲ ଅଛି କି ନାହିଁ ପଚାରିଥିବା ବେଳେ ଟେନସନ୍ ଯୋଗୁଁ କପିଲଙ୍କର  ଓଜନ ହ୍ରାସ ପାଇଥିବା କଥା କିଛି ୟୁଜର୍ସ ମତ ରଖିଛନ୍ତି। ଅପରପକ୍ଷରେ ବର୍ତ୍ତମାନ ଓଜେମ୍ପିକ ଯୋଗୁଁ ବଲିଉଡରେ ସମସ୍ତେ ପତଳା ହେଉଥିବାରୁ ଅନେକ ଲୋକ ଓଜେମ୍ପିକ୍ ବ୍ୟବହାରକୁ ନେଇ ସନ୍ଦେହରେ ପଚାରିଥିଲେ ଯେ ଏହା ଓଜେମ୍ପିକ୍ ନା ଜିମ୍?

କପିଲ ଲକଡାଉନ ପରଠାରୁ ତାଙ୍କ ଫିଟନେସ ଉପରେ ଲଗାତାର ଧ୍ୟାନ ଦେବାରେ ଲାଗିଛନ୍ତି। ୨୦୨୦ ମସିହାରେ ଏକ ସୁଟିଂ ସମୟରେ କପିଲ ଶର୍ମା ପ୍ରାୟ ୧୧ କିଲୋ ଓଜନ ହ୍ରାସ କରିଥିବାର ପ୍ରକାଶ କରିଥିଲେ।

Comments (0)
Add Comment