ନିର୍ମମ ହତ୍ୟା! ବାଇକ୍ ଆରୋହୀଙ୍କୁ ବିଚ୍‌ ରାସ୍ତାରେ ହାଣିଲେ ଦୁର୍ବୃତ୍ତ

ବଲାଙ୍ଗୀର: ବିଚ୍‌ ରାସ୍ତାରେ ଯୁବକଙ୍କୁ ହାଣି ହତ୍ୟା ।  ଏହି ହତ୍ୟାକାଣ୍ଡ  ବଲାଙ୍ଗୀର ଚିମିନିଭାଟି ସ୍କୁଲ ନିକଟରେ ଘଟିଛି । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ମୃତଦେହ ନିକଟରେ ଏକ ବାଇକ୍‌ ପଡିଛି। ଟାଙ୍ଗିଆରେ ଆଣି ହତ୍ୟା କରି ହତ୍ୟାକାରୀ ଫେରାର ହୋଇଯାଇଛନ୍ତି।

ସୂଚନାମୁତାବକ,ଶନିବାର ମଧ୍ୟାହ୍ନ ସମୟରେ ବଲାଙ୍ଗୀର ଚିମିନିଭାଟି ସ୍କୁଲ ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା । ବାଇକ୍‌ରେ ଜଣେ ଯାଉଥିବା ସମୟରେ ହଠାତ୍‌ ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରାଯାଇଥିଲା । ଯେଉଁଥିରେ ବାଇକ ଆରୋହୀ ଜଣଙ୍କର ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି । ହତ୍ୟା କରି ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।

ଅନ୍ୟପଟେ ସ୍ଥାନୀୟ ଲୋକ ମୃତଦେହ ପଡିଥିବାର ଦେଖି ପୋଲିସକୁ ତୁରନ୍ତ ଖବର ଦେଇଥିଲେ । ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ । ହେଲେ ଏବେ ଯାଏଁ କିଏ କାହିଁକି ହତ୍ୟା କରିଛି । କୌଣସି ସୂଚନା ମିଳିନାହିଁ । ମୃତକଙ୍କ ପରିଚୟ ମଧ୍ୟ ମିଳିନାହିଁ ।

Comments (0)
Add Comment