ଦିନକରେ ୨ ଥର ଥରିଲା ପାକିସ୍ତାନ; ଭାରତର ଏହି ସ୍ଥାନରେ ଭୂମିକମ୍ପ ଝଟକା ଅନୁଭୂତ

ନୂଆଦିଲ୍ଲୀ: ଶନିବାର ଜମ୍ମୁ-କାଶ୍ମୀରରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି।  ଦିନ ପ୍ରାୟ ୧ଟା ସମୟରେ ପଡ଼ୋଶୀ ଦେଶ ପାକିସ୍ତାନରେ  ଭୂମିକମ୍ପର ତୀବ୍ରତା ୫.୩ ରେର୍କଡ ହୋଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନସିଏସ୍) କହିଛି ଯେ,   ଭୂମିକମ୍ପର କେନ୍ଦ୍ରସ୍ଥଳ ପାକିସ୍ତାନ ରହିଛି ।  ଭୂମିକମ୍ପର ଗଭୀରତା ପୃଥିବୀର ୧୦ କିଲୋମିଟର ତଳେ ଥିଲା। ଏହାର ଝଟକା କାଶ୍ମୀରର କିଛି ସ୍ଥାନରେ ମଧ୍ୟ ଅନୁଭୂତ ହୋଇଥିଲା।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଶ୍ରୀନଗର, ଜମ୍ମୁ, ଶୋପିଆନ ଏବଂ କାଶ୍ମୀରର ଅନେକ ଅଞ୍ଚଳର ଲୋକମାନେ ଭୂମିକମ୍ପ ଝଟକା ଅନୁଭବ କରିଥିଲେ। ଫଳରେ ଭୟରେ ଲୋକମାନେ ଘରୁ ବାହାରକୁ ବାହାରି ଆସିଯାଇଥିଲେ। କୌଣସି ମୃତାହତ କିମ୍ବା ସମ୍ପତ୍ତିର କ୍ଷତି ହୋଇଥିବାର କୌଣସି ରିପୋର୍ଟ ଆସି ନାହିଁ ।

ସୂଚନାଥାଉକି, ଆଜି ଅର୍ଥାତ୍ ଶନିବାର (ଏପ୍ରିଲ ୧୨) ପାକିସ୍ତାନରେ ଗୋଟିଏ ଦିନରେ ଦୁଇଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଶନିବାର ଦିନ ସକାଳ ୧୧:୫୫ ରେ ପାକିସ୍ତାନରେ ପ୍ରଥମ ଭୂମିକମ୍ପ ଅନୁଭୂତ ହୋଇଥିଲା।

ଆଜି ତାଜିକିସ୍ତାନ ଏବଂ ପାପୁଆ ନ୍ୟୁ ଗିନିରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଆଜି ଦିନ ୧୨:୨୪ ସମୟରେ ତାଜିକିସ୍ତାନରେ ଏକ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ଥିଲା। ସେହିପରି ଶନିବାର ସକାଳେ ପାପୁଆ ନ୍ୟୁ ଗିନିର ନ୍ୟୁ ଆୟରଲ୍ୟାଣ୍ଡ ଅଞ୍ଚଳରେ ୬.୨ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି।

Comments (0)
Add Comment