ମଣିପୁରରେ ୨ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ମାମଲାରେ ୫ମ ଅଭିଯୁକ୍ତ ଗିରଫ

ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ମାମଲାରେ ପୋଲିସ ପଞ୍ଚମ ଅଭିଯୁକ୍ତକୁ ମଧ୍ୟ ଗିରଫ କରିଛି। ଶୁକ୍ରବାର ପର୍ଯ୍ୟନ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଜୁଲାଇ ୧୯ରେ ଦେଖାଦେଇଥିବା ଏକ ଭିଡିଓରେ ୨ଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇଥିଲେ। ଏହି ଲଜ୍ଜାଜନକ ଘଟଣାକୁ ସାରା ଦେଶରେ ସମାଲୋଚନା କରାଯାଉଛି।

ରିପୋର୍ଟ ଅନୁଯାୟୀ, ପଞ୍ଚମ ଅଭିଯୁକ୍ତ ଜଣଙ୍କ ୟାମଲେମ୍ବମ ନଙ୍ଗସିଥୋଇ ମେଟାଇ ବୋଲି ଜଣାପଡିଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସୁପ୍ରିମକୋର୍ଟ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ଏହି ଘଟଣାକୁ ନିନ୍ଦା କରି ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଏହା ସମଗ୍ର ଦେଶକୁ ଅପମାନିତ କରିଛି ଏବଂ ଅପରାଧୀଙ୍କୁ ଏଥିରୁ ରକ୍ଷା କରାଯିବ ନାହିଁ।

Comments (0)
Add Comment