ଭୁବନେଶ୍ବର: ୩୦ ଜିଲ୍ଲାର ସ୍କୁଲରେ ଖୋଲିଲା ୩୦ଟି ଖେଲୋ ଇଣ୍ଡିଆ ସେଣ୍ଟର। ଯେଉଁଠି ସେଣ୍ଟର ହୋଇଛି ପୂର୍ବରୁ ସେଠାରେ ଭିତ୍ତିଭୂମି ରହିଛି। ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଖେଲୋ ଇଣ୍ଡିଆ ଯୋଜନାରେ ପ୍ରତ୍ୟେକ ଜିଲ୍ଲାରେ ଖେଲୋ ଇଣ୍ଡିଆ ସେଣ୍ଟରର ଉଦଘାଟନ ଆଭାଷୀ ମାଧ୍ୟମରେ କରାଯାଇଛି। ଏହି ସେଣ୍ଟରରେ କୋଚ୍ ରହିବେ ସେହି ସ୍ଥାନର ପୂର୍ବତନ ଚାମ୍ପିଅନ ଖେଳାଳି। ଫଳରେ ଖେଳାଳି କ୍ରୀଡ଼ାକୁ କ୍ୟାରିଅର କରିପାରିବେ।
ଏଥିସହିତ ଏହି ଖେଲୋ ଇଣ୍ଡିଆ ସେଣ୍ଟର ଗୁଡ଼ିକର ଉପଯୁକ୍ତ ପରିଚାଳନା ନିମନ୍ତେ ସରକାରଙ୍କ ତରଫରୁ ବାର୍ଷିକ ୫ ଲକ୍ଷ ଟଙ୍କାର ଅନୁଦାନ ରାଶି ମଧ୍ଯ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।