ଜରୁରୀକାଳୀନ ଆମ୍ବୁଲାନ୍ସ ସେବାକୁ ଓଡ଼ିଶା କ୍ୟାବିନେଟର ମଞ୍ଜୁରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କ୍ୟାବିନେଟ ବୈଠକ ବସିଥିଲା। ମୁଖ୍ୟ ସଚିବ ମନୋଜ ଆହୁଜା କହିଛନ୍ତି ଯେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ମିଳିତ ପ୍ରୟାସରେ ବୁଧବାର ଦିନ ୨୦୨୩-୨୪ ରୁ ୨୦୨୭-୨୮ ପର୍ଯ୍ୟନ୍ତ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଯୋଗାଇ ଦେବାକୁ ସମ୍ମତି ପ୍ରଦାନ କରିଛି। ରାଜ୍ୟବାସୀଙ୍କୁ ଜରୁରୀକାଳୀନ ସମୟ ରେ  ପ୍ରାକ୍-ହସ୍ପିଟାଲ ପହଞ୍ଚାଇ ଚିକିତ୍ସା ସେବା ଯୋଗାଇବା ଏହାର ମୂଳ ଲକ୍ଷ୍ୟ ବୋଲି କୁହାଯାଇଛି।

୧୦୮ ନମ୍ୱର ଭାବରେ ଜଣାଶୁଣା ଆମ୍ବୁଲାନ୍ସ ନମ୍ୱର ୫ ମାର୍ଚ୍ଚ ୨୦୧୩ ଠାରୁ ଓଡ଼ିଶାରେ ଅନେକ ଜୀବନ ରକ୍ଷା କରିବାରେ ସଫଳତା ହାସଲ କରିଛି। ତେବେ ଏହା ୨୪/୭ କାର୍ଯ୍ୟକାରୀ କେନ୍ଦ୍ରୀୟ କଲ୍ ସେଣ୍ଟର ନମ୍ୱର। ଏଥିରେ ମୋଟ ୮୬୬ଟି ଆମ୍ବୁଲାନ୍ସ ଅଛି ଯେଉଁଥିରେ ଆଡଭାନ୍ସଡ୍ ଲାଇଫ୍ ସପୋର୍ଟ, ବେସିକ୍ ଲାଇଫ୍ ସପୋର୍ଟ ଏବଂ ବୋଟ ଆମ୍ବୁଲାନ୍ସ ମଧ୍ୟ ଅନ୍ତର୍ଭୁକ୍ତ ରହିଛି।

Comments (0)
Add Comment