ମହାପ୍ରଭୁଙ୍କ ସହ କୋଟି କୋଟି ଭକ୍ତଙ୍କ ପ୍ରତ୍ୟକ୍ଷ ଭାବାବେଗ ଯୋଡି ହୋଇରହିଛି

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଶୃଙ୍ଖଳିତ ଭାବରେ ଦର୍ଶନ କରିବା ପାଇଁ ପୂର୍ବଭଳି ଶ୍ରୀମନ୍ଦିରରେ ଚାରି ଦ୍ୱାର ଦର୍ଶନର ବ୍ୟବସ୍ଥା କରିବା ପାଇଁ ଆଲୋଚନା କରିବା ସହ ପଦକ୍ଷେପ ନେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ ମହାପ୍ରଭୁଙ୍କ ସହ କୋଟି କୋଟି ଭକ୍ତମାନଙ୍କ ପ୍ରତ୍ୟକ୍ଷ ଭାବାବେଗ ଯୋଡି ହୋଇରହିଛି ।

ପୁରୀର ଅଧିବାସୀ ତଥା ବୟୋଜ୍ୟୋଷ୍ଠ, ମାଆ ଓ ନାଗରିକଙ୍କ ସହ ଜଗା ସାଙ୍ଗରେ ନିତିଦିନିଆ ସମ୍ପର୍କ ରହିଛି । ଏଥିପାଇଁ ହଜାର ହଜାର ବର୍ଷ ପୂର୍ବରୁ ମହାପ୍ରଭୁଙ୍କୁ ଶୃଙ୍ଖଳିତ ଭାବରେ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରରେ ଚାରି ଦ୍ୱାର ଦର୍ଶନର ବ୍ୟବସ୍ଥା କରାଯାଇଥିଲା । ତେଣୁ ଶ୍ରୀମନ୍ଦିରର ଚାରିଦ୍ୱାରକୁ ଖୋଲାଯିବା ନିତାନ୍ତ ଜରୁରୀ । ଶ୍ରୀମନ୍ଦିର ପ୍ରଶାସନ ଏହି ପ୍ରସଙ୍ଗରେ ସମ୍ବେଦନଶୀଳ ହୋଇ ସମସ୍ତଙ୍କ ସହ ଆଲୋଚନା କରି  ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବା ପାଇଁ ପଦକ୍ଷେପ ନିଅନ୍ତୁ । ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ବାଧକତା ସୃଷ୍ଟି କରାନଯାଉ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

Comments (0)
Add Comment