ଜାତିଭିତ୍ତିକ ଜନଗଣନା କରିବେ କେନ୍ଦ୍ର ସରକାର

 

ନୂଆଦିଲ୍ଲୀ: ଜାତି ଜନଗଣନା ସମ୍ପର୍କରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜନଗଣନାରେ ଜାତିଭିତ୍ତିକ ଜନଗଣନା କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳର ରାଜନୈତିକ ବ୍ୟାପାର ସମିତି (CCPA) ଏହି ନିଷ୍ପତ୍ତିକୁ ଅନୁମୋଦନ ଦେଇଛି। ୨୦୨୫ରୁ ୨୦୨୬ ମଧ୍ୟରେ ଆରମ୍ଭ ହେବାକୁ ଥିବା ଜନଗଣନାରେ ଜାତି ଆଧାରିତ ତଥ୍ୟ ସଂଗ୍ରହ କରାଯିବ।

କ୍ୟାବିନେଟ ବୈଠକ ପରେ କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ‘ରାଜନୈତିକ ବ୍ୟାପାର କ୍ୟାବିନେଟ କମିଟି ଆଜି ନିଷ୍ପତ୍ତି ନେଇଛି ଯେ ଆଗାମୀ ଜନଗଣନାରେ ଜାତି ଗଣନାକୁ ଅନ୍ତର୍ଭୁକ୍ତ କରାଯିବା ଉଚିତ।’

ସେ ଆହୁରି ମଧ୍ୟ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମେଘାଳୟ ଏବଂ ଆସାମକୁ ସଂଯୋଗ କରୁଥିବା ସିଲଚରରୁ ଶିଲଂ ଏବଂ ଶିଲଂରୁ ସିଲଚର ପର୍ଯ୍ୟନ୍ତ ଏକ ବହୁତ ବଡ଼ ପ୍ରକଳ୍ପ ହାଇ ସ୍ପିଡ୍ କରିଡର ହାଇୱେକୁ ଅନୁମୋଦନ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୨୨,୮୬୪ କୋଟି ଟଙ୍କା।

୨୦୨୫-୨୬ ଚିନି ଋତୁ ପାଇଁ ଆଖୁର ଉଚିତ ଏବଂ ଲାଭଦାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୩୫୫ ଟଙ୍କା ସ୍ଥିର କରାଯାଇଛି। ଏହା ହେଉଛି ମାନଦଣ୍ଡ ମୂଲ୍ୟ, ଯାହା ତଳେ ଏହାକୁ କିଣାଯାଇପାରିବ ନାହିଁ ବୋଲି କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ।

Comments (0)
Add Comment