ଆଇଏଏସ ନିକୁଞ୍ଜ ଧଳଙ୍କୁ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ସ୍ଵତନ୍ତ୍ର ଦାୟିତ୍ଵ

ଭୁବନେଶ୍ଵର: ଆଇଏଏସ ଅଧିକାରୀ ନିକୁଞ୍ଜ ଧଳଙ୍କୁ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ସ୍ଵତନ୍ତ୍ର ଦାୟିତ୍ଵ ପ୍ରଦାନ କରାଯାଇଛି। ଯେଉଁଥିପାଇଁ ରାଜ୍ୟ ସରକାର ତାଙ୍କୁ କାର୍ଯ୍ୟରୁ ଦାୟିତ୍ଵ ମୁକ୍ତ କରିଛନ୍ତି।

୧୯୯୩ ବ୍ୟାଚ ଓଡ଼ିଶା କ୍ୟାଡ଼ରର ଏହି ଅଧିକାରୀ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟରତ।

ସେ ଓଡ଼ିଶା ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ଏପରିକି ସେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।

ତେବେ ପୂର୍ବରୁ କେନ୍ଦ୍ରରେ ତାଙ୍କୁ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ସଚିବ ଭାବେ ନିଯୁକ୍ତି ମିଳିଥିଲା। କାରଣ ଏହି ପଦବୀରେ ଥିବା ଉମଙ୍ଗ ନରୁଲା ଆସନ୍ତା ଜୁନ ୩୦ରେ ଅବସର ନେବାକୁ ନେବେ।

Comments (0)
Add Comment