BREAKING NEWS
- ୨ୟ ଥର ଏଫସି ଗୋଆ ହାତେଇଲା କଳିଙ୍ଗ ସୁପର କପ୍ ଟାଇଟଲ୍
- ଆରବ ସାଗରରେ କିଏ ଯଦି ଦେଖିଲେ ୱାରସିପ ତେବେ…. , ହାଲିଆ ହୋଇଗଲାଣି ପାକିସ୍ତାନ
- ପକୃତି ସହ ଖେଳୁଛି ଜାପାନ ! ଗୋଟିଏ ଇସାରାରେ ଆକାଶରୁ ଟାଣିଆଣିବ ବିଜୁଳି, ଆସିଲା ଦୁନିଆର ପ୍ରଥମ ଏମିତି ଡ୍ରୋନ
- ଭାରତୀୟ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ପାକିସ୍ତାନୀ ରେଞ୍ଜରଙ୍କୁ ଧରିଲା ବିଏସଏଫ
- ସିଆରପିଏଫ୍ ଯବାନଙ୍କ ପାକିସ୍ତାନୀ ସ୍ତ୍ରୀ; ତଥ୍ୟ ଲୁଚାଇବା ଅଭିଯୋଗରେ ଗଲା ଚାକିରୀ
- ବ୍ରିଜ ଅଘଟଣ: ମୃତକଙ୍କ ପରିବାର ପିଛା ୫ଲକ୍ଷର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ହଠାତ୍ ମାଡ଼ି ଆସିଲା ପ୍ରବଳ ବର୍ଷା ସହ ଝଡ଼, ଭୁବନେଶ୍ୱରରେ କାଳବୈଶାଖୀ ତାଣ୍ଡବ
- ବ୍ଲାକ୍ ହୋଲ୍ ବୋମାକୁ ନେଇ ବିଶ୍ୱରେ ହଟଚମଟ, ଏହା କେତେ ଘାତକ ?
- ହାଫିଜ୍ ସଇଦକୁ ଟାର୍ଗେଟ କିଲିଂ କରିବ ଭାରତ, ପ୍ରସ୍ତୁତି ଆରମ୍ଭ
- ଏପଟେ ଭାରତର ଆକ୍ରମଣ ଭୟ, ସେପଟେ ବାଲୁଚ୍ ବିଦ୍ରୋହୀ କବଜା କଲେ ପାକିସ୍ତାନର ଏହି ସହର !
ପହଲଗାମ ଆକ୍ରମଣ ପରେ ପାକିସ୍ତାନକୁ ସବୁଆଡ଼ୁ ଘେରିବା ପାଇଁ ରଣନୀତି ଚାଲିଛି। କେବଳ ଆକ୍ରମଣ ନୁହେଁ, କୂଟନୀତି ମାଧ୍ୟମରେ ମଧ୍ୟ ପାକିସ୍ତାନକୁ ଚାପରେ ରଖିବା ପାଇଁ ପ୍ରସ୍ତୁତି ଚାଲିଛି। ଏହି ପରିପ୍ରେକ୍ଷୀରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ଦିନ ଇଉରୋପୀୟ ସଂଘର ତାଙ୍କ ସମକକ୍ଷ କାଜା କାଲ୍ଲାସଙ୍କ ସହ ଆଲୋଚ କରିଛନ୍ତି। ସେ ପହଲଗାମରେ ପାକିସ୍ତାନୀ ଆତଙ୍କବାଦୀମାନଙ୍କ ଦ୍ୱାରା ହିନ୍ଦୁମାନଙ୍କ ବିରୋଧରେ ହୋଇଥିବା ନିର୍ମମତା ବିଷୟରେ ସୂଚନା ଦେଇଥିଲେ।
ଇଉରୋପୀୟ ସଂଘ ନୂଆଦିଲ୍ଲୀ ଓ ଇସ୍ଲାମାବାଦକୁ “ସଂଯମ” ଦେଖାଇବାକୁ ଅନୁରୋଧ କରିଛି। ଏହା ସହିତ, ଭାରତର ସମ୍ଭାବ୍ୟ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ନେଇ ଚର୍ଚ୍ଚା ମଧ୍ୟରେ ଉତ୍ତେଜନା ହ୍ରାସ କରିବା ପାଇଁ ଆଲୋଚନାର ପଥ ଗ୍ରହଣ କରିବା ଉପରେ ଜୋର ଦେଇଛି। ଇଉରୋପୀୟ ସଂଘର ଏହି ପ୍ରତିକ୍ରିୟା ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ଦ୍ୱାରା ଉଭୟ ଦେଶକୁ ପହଲଗାମ ଆତଙ୍କୀ ଆକ୍ରମଣ ନେଇ ଉତ୍ତେଜନା ହ୍ରାସ କରିବା ପାଇଁ ଏକଜୁଟ ହୋଇ କାମ କରିବାକୁ ଅନୁରୋଧ କରିଛନ୍ତି।