ବିଧାୟକ ଯୋଗେଶ ସିଂଙ୍କୁ ଉଠାଇ ନେଲା ପୋଲିସ

ସୁନ୍ଦରଗଡ଼: ବିଧାୟକ ଯୋଗେଶ ସିଂଙ୍କୁ ଉଠାଇ ନେଲା ପୋଲିସ। ଯୋଗେଶଙ୍କ ସହ ପ୍ରାୟ ୨୦ ଜଣଙ୍କୁ ଉଠାଇ ନେଲା ହେମଗିରି ପୋଲିସ। ବରପାଲି ରେଲୱେ ସାଇଡିଂକୁ ବିରୋଧ ବେଳେ ପୋଲିସ ଉଠାଇ ନେଇଥିବା ସୂଚନା ରହିଛି।

ସାଇଡିଂକୁ ବିରୋଧ କରି ୪ ଦିନ ହେଲା ଧାରଣା ଦେଇଛନ୍ତି ଲୋକେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ୫ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛି। ସୂଚନା ଥାଉକି ବରପାଲି ପ୍ରସ୍ଥାବିତ ରେଲୱେ ସାଇଡିଙ୍ଗକୁ ବିରୋଧ ଓ ବନ୍ଦ କରିବା ନିମନ୍ତେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜନ ଆନ୍ଦୋଳନ କରାଯାଇଛି। ଆନ୍ଦୋଳନରେ ସାମିଲ ହୋଇଛନ୍ତି ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ। ପ୍ରଶାସନ ପକ୍ଷରୁ ଜୋର ଜବରଦସ୍ତ ଭାବରେ ଗାଁଠୁ ୩୦୦ ମିଟରର ଦୂରରେ ରେଲୱେ ସାଇଡିଙ୍ଗ କରାଯାଉଥିବା ଅଭିଯୋଗ ଆଣିଛନ୍ତି ବିଧାୟକ।

ହାଇକୋର୍ଟରେ ଏହି ମାମଲା ବିଚାରାଧୀନ ଥିବା ବେଳେ ତାକୁ ନମାନି ପ୍ରଶାସନ ବଳପୂର୍ବକ ରେଲୱେ ସାଇଡିଙ୍ଗ ନିର୍ମାଣ ଉଦ୍ୟମ ଚଳାଇଛି। ହାଇକୋର୍ଟରେ ଆଗାମୀ ଜୁନ ୨୫ ତାରିଖରେ ଏହି ମାମଲାର ଶୁଣାଣି ହେବ। କିନ୍ତୁ ଆଜି ପ୍ରଶାସନ ପକ୍ଷରୁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରି ରେଲୱେ ସାଇଡିଙ୍ଗ କାମ ଆରମ୍ଭ କରିବାକୁ ଉଦ୍ୟମ ଚାଲିଛି। ଜୋର ଜବରଦସ୍ତ ରେଲୱେ ସାଇଡିଂ ନିର୍ମାଣ କରାଗଲେ ଗ୍ରାମବାସୀ ଓ ବିଧାୟକ ରେଲୱେ ସାଇଡିଙ୍ଗରେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି।

Comments (0)
Add Comment