ପାକିସ୍ତାନ ଉପରେ ଆକ୍ରମଣର ଆସିଲା ପ୍ରଥମ ଫଟୋ, ଆହତ ଅବସ୍ଥାରେ ନଜର ଆସିଲା ଜଣେ ଆତଙ୍କବାଦୀ

ନୂଆଦିଲ୍ଲୀ : ରାତି ଅଧରେ ପାକିସ୍ତାନ ଉପରେ ଆକ୍ରମଣ କରିଛି ଭାରତ। ପହଲଗାମ ଆତଙ୍କୀ ଆକ୍ରମଣର ଜବରଦସ୍ତ ପ୍ରତିଶୋଧ ନେଇିଥି ଭାରତୀୟ ସେନା। ପାକ-ଅଧିକୃତ ଜମ୍ମୁ-କଶ୍ମୀର (PoK)ରେ ଥିବା ୯ଟି ଆତଙ୍କବାଦୀ ଠିକଣା ଉପରେ ଏୟାରଷ୍ଟ୍ରାଇକ କରି ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଛି ଭରତୀୟ ସେନା। ‘ଅପରେସନ ସିନ୍ଦୂର’ ଅଧିନରେ କରାଯାଇଥିବା ଆକ୍ରମଣର ପ୍ରଥମ ଫଟୋ ଏବେ ସାମ୍ନାକୁ ଆସିଛି। ଏହି ଫଟୋରେ ଦେଖାଯାଉଛି ଯେ, ଏୟାରଷ୍ଟ୍ରାଇକରେ ଆହତ ହୋଇଥିବା ଜୈଶ-ଏ-ମହମ୍ମଦର ଜଣେ ଆତଙ୍କବାଦୀ ହସ୍ପିଟାଲରେ ଚିକିତ୍ସା ହେଉଛି।

ହି ଅଭିଯାନରେ ଭାରତୀୟ ବାୟୁସେନା ବାହାୱାଲପୁର, କୋଟଲି ଏବଂ ମୁଜଫ୍ଫରାବାଦ ସମେତ ଗୁରୁତ୍ୱପୂର୍ଣ୍ଣ ଆତଙ୍କବାଦୀ ଶିବିରଗୁଡ଼ିକୁ ଟାର୍ଗେଟ କରିଛି। ଜୈଶ-ଏ-ମହମ୍ମଦ, ହିଜବୁଲ ମୁଜାହିଦ୍ଦିନ ଏବଂ ଲସ୍କର-ଏ-ତୈବା ଭଳି ଆତଙ୍କବାଦୀ ସଙ୍ଗଠନର ମୁଖ୍ୟ ଶିବିରଗୁଡ଼ିକ ଏହି ଆକ୍ରମଣରେ ଧ୍ୱଂସ ହୋଇଛି। ଭାଇରାଲ ହେଇଥିବା ଫୋଟୋ ଏହି ଅଭିଯାନର ପ୍ରଭାବକୁ ସ୍ପଷ୍ଟ କରୁଛି, ଯେଉଁଥିରେ ଜୈଶ-ଏ-ମହମ୍ମଦର ଆହତ ଆତଙ୍କବାଦୀର ଦୁର୍ଦଶା ଦେଖାଯାଉଛି।

ସୂଚନା ଥାଉକି, ଜମ୍ମୁ-କଶ୍ମୀରର ପହଲଗାମର ବୈସରଣ ଉପତ୍ୟକାରେ ହୋଇଥିବା ଆତଙ୍କବାଦୀ ହମଲାରେ ୨୬ ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା, ଯେଉଁଥିରେ ଅଧିକାଂଶ ହିନ୍ଦୁ ପର୍ଯ୍ୟଟକ ଥିଲେ। ଏହି ହମଲାକୁ ପାକିସ୍ତାନ ଦ୍ୱାରା ପରିଚାଳିତ ଲସ୍କର-ଏ-ତୈବାର ଏକ ଶାଖା ‘ଦି ରେସିଷ୍ଟାନ୍ସ ଫ୍ରଣ୍ଟ’ (TRF) ନିଜକି ଦାୟୀ କରିଥିଲା। ଯଦିଓ ପରେ ସେମାନେ ଏହି ଦାବିରୁ ଓହରିଯାଇଥିଲେ। ଭାରତ ଏହି ହମଲାରେ ପାକିସ୍ତାନର ସମର୍ଥନ ଥିବା ଅଭିଯୋଗ କରିଥିଲା। ଯାହାକୁ ପାକିସ୍ତାନ ଅସ୍ୱୀକାର କରିଛି। ଏହା ପରେ ଭାରତ ଇଣ୍ଡସ ଜଳ ଚୁକ୍ତିନାମା ସ୍ଥଗିତ ରଖିବା, ଏବଂ ସୀମାନ୍ତ ବନ୍ଦ କରିବା ଭଳି ଏନେକ କଠୋର ପଦକ୍ଷେପ ଗ୍ରହଣ କରିଥିଲା।

Comments (0)
Add Comment