ପାକିସ୍ତାନ ସହ କେବଳ ପିଓକେକୁ ନେଇ ଆଲୋଚନା: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆଜି ଅର୍ଥାତ୍ ୧୨ ମେ ୨୦୨୫ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦକୁ ନିନ୍ଦା କରିବା ସହ ଅପରେସନ ସିନ୍ଦୁରର ସଫଳତାକୁ ନେଇ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ।

ସେ ପାକିସ୍ତାନକୁ ଚେତାବନୀ ଦେଇ କହିଥିଲେ ଯେ ଭାରତ କେବେ ବି ଆତଙ୍କବାଦକୁ ପ୍ରଶୟ ଦେବ ନାହିଁ। ପାକିସ୍ତାନ ସହିତ ଆଲୋଚନା କେବଳ ଆତଙ୍କବାଦ ଓ ପିଓକେକୁ ନେଇ ହେବ।

ପ୍ରଧାନମନ୍ତ୍ରୀ ମୋଦୀ ଅପରେସନ ସିନ୍ଦୂରର ସଫଳତାର ଶ୍ରେୟ  ଦେଶର ସାହସୀ ସଶସ୍ତ୍ର ବାହିନୀ, ଯବାନ, ବୈଜ୍ଞାନିକ ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକୁ ଦେଇ ସାଲ୍ୟୁଟ୍ କରିଥିଲେ। ସେ କହିଥିଲେ ଯେ ୨୨ ଏପ୍ରିଲରେ ପହଲଗାମରେ ନିର୍ଦ୍ଦୋଷ ନାଗରିକଙ୍କୁ  ଧର୍ମ ପଚାରି ସେମାନଙ୍କ ପରିବାର ସମ୍ମୁଖରେ ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ଯାହାକି ସମଗ୍ର ବିଶ୍ବକୁ ସ୍ତବ୍ଧ କରିଦେଇଥିଲା।  ଏହା ବ୍ୟକ୍ତିଗତ ଭାବରେ ତାଙ୍କ ପାଇଁ ଯନ୍ତ୍ରଣାଦାୟକ ଥିଲା। ଏହି ଘଟଣା ପରେ ସମଗ୍ର ଦେଶ ଭାରତ ସପକ୍ଷରେ ଆତଙ୍କବାଦ ବିରୋଧରେ ଠିଆ ହୋଇଥିଲା ବୋଲି ସେ କହିଛନ୍ତି।

ଅପରେସନ ସିନ୍ଦୁର ଆତଙ୍କବାଦ ବିରୋଧରେ ଦୃଢତାର ସହ ଲଢ଼ିଛି ଓ ଏହା ଆତଙ୍କବାଦ ବିରୁଦ୍ଧରେ ଏକ ନୂତନ ସୀମାରେଖା ଟାଣିଛି। ପାକିସ୍ତାନ ଆକ୍ରମଣ ପାଇଁ ପ୍ରସ୍ତୁତ ଥିବାବେଳେ ଭାରତ, ପାକିସ୍ତାନକୁ ମୁଁହତୋଡ ଜବାବ ଦେଇଥିଲା। ବର୍ତ୍ତମାନର ସମୟ ଯୁଦ୍ଧ ପାଇଁ କିମ୍ବା ଆତଙ୍କବାଦ ପାଇଁ ନୁହେଁ ବୋଲି ସେ କହିଥିଲେ। ଯଦି ପାକିସ୍ତାନ ସୁରୁଖୁରୁରେ ନିଜ ଦେଶକୁ ପରିଚାଳିତ କରିବାକୁ ଚାହୁଁଚି ତାହେଲେ ଆତଙ୍କବାଦକୁ ପ୍ରସୟ ଦେବା ବନ୍ଦ କରିବା ଉଚିତ୍।

Comments (0)
Add Comment