ଓଡ଼ିଶାର ଏହି ୭ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶାର ସାତ ଜିଲ୍ଲାରେ ବଜ୍ରପାତ ସହିତ ଝଡ଼ବର୍ଷା ସମ୍ଭାବନା ଥିବା ନେଇ ମଙ୍ଗଳବାର ଅପରାହ୍ନରେ

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସତର୍କତା ଜାରି କରିଛି।

ଅପରାହ୍ନ ୨ଟାରେ ଜାରି ଆଇଏମଡି ବୁଲେଟିନରେ ଗଜପତି, ଗଞ୍ଜାମ, ରାୟଗଡା, କଳାହାଣ୍ଡି, ନବରଙ୍ଗପୁର, ସୁନ୍ଦରଗଡ଼ ଏବଂ ନୂଆପଡ଼ା ପାଇଁ ଏକ ୟେଲୋ ସତର୍କତା ଜାରି କରାଯାଇଛି।

ତେବେ ହାଲୁକାରୁ ମଧ୍ୟମ ଝଡ଼ବର୍ଷା ସହିତ ପବନର ବେଗ ଘଣ୍ଟା ପ୍ରତି ୩୦-୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ଆସନ୍ତା ତିନି ଘଣ୍ଟା ମଧ୍ୟରେ ଏହି ସାତଟି ଜିଲ୍ଲାରେ ବଜ୍ରପାତ ଏବଂ ବର୍ଷା ସମ୍ଭାବନା ରହିଛି।

ପାଗ ଉପରେ ନଜର ରଖିବାକୁ ଏବଂ ବଜ୍ରପାତରୁ ରକ୍ଷା ପାଇବା ପାଇଁ ସୁରକ୍ଷିତ ସ୍ଥାନକୁ ଯିବାକୁ ଆଇଏମଡି ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

Comments (0)
Add Comment