ଭୁବନେଶ୍ବର: ଓଡ଼ିଶାରେ ଚଳିତବର୍ଷର ପ୍ରଥମ କରୋନା ସଂକ୍ରମିତଙ୍କ ମୃତ୍ୟୁ ଅଭିଯୋଗ ଆସିଛି । ଅଭିଯୋଗ ଅନୁସାରେ ଭୁବନେଶ୍ବରରେ ଜଣେ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କିନ୍ତୁ ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରା ଯାଇ ନାହିଁ ।
ସୂଚନାମୁତାବକ, ମୃତକ ଜଣେ ବୃଦ୍ଧ । କିଛି ଦିନ ତଳେ ସେ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିଲେ ଓ ସେ ଘରେ ରହି ଚିକିତ୍ସିତ ହେଉଥିବାର କୁହାଯାଉଛି । ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ କୋଭିଡ୍ ସହ ବହୁବିଧ ରୋଗରେ ଆକ୍ରାନ୍ତ ଥିଲେ।
ଅନ୍ୟପଟେ ଶନିବାର ସୁଦ୍ଧା, ଭାରତରେ କୋଭିଡ୍-୧୯ର ୩୩୯୫ ସକ୍ରିୟ ମାମଲା ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୮୫ଟି ନୂଆ ମାମଲା ଚିହ୍ନଟ ହୋଇଛି । ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ରାଜ୍ୟବାସୀଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ନିର୍ଦ୍ଦେଶାବଳୀରେ କହିଛନ୍ତି ଯେ, ଜନଗହଳି ଅଞ୍ଚଳରେ ଲୋକମାନେ ମାସ୍କ ପିନ୍ଧନ୍ତୁ। ପରସ୍ପର ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ସହିତ ସ୍ଵଚ୍ଛତା ଉପରେ ଗୁରୁତ୍ଵ ଦିଅନ୍ତୁ।