ଗନ୍ଧମାର୍ଦ୍ଦନ ପାହାଡ଼ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଠାବ

ବରଗଡ଼: ଗନ୍ଧମାର୍ଦ୍ଦନ ପାହାଡ଼ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଠାବ। ବରଗଡ଼ ଜିଲା ପାଇକମାଳ ଥାନା ଗନ୍ଧମାର୍ଦ୍ଦନ ସଂରକ୍ଷିତ ଜଙ୍ଗଲରୁ ପୋଲିସ ଵିପୁଳ ପରିମାଣରେ ମାଓବାଦୀଙ୍କ ବ୍ୟବହୃତ ସାମଗ୍ରୀ ଜବତ କରିଛି। ପାଇକମାଳ ଗନ୍ଧମାର୍ଦ୍ଦନ ଜଙ୍ଗଲରେ କମ୍ବିଂ ବେଳେ ଡିଭିଏଫ୍ ଦ୍ବାରା ଠାବ ହୋଇଛି।

ଡେଟୋନେଟର ସହ ଟିଫିନ୍ ଓ କିଛି ମାଓ ପୋଷାକ ଜବତ କରାଯାଇଛି। ମାଓବାଦୀମାନେ ସେଠାରେ ଏହି ସାମଗ୍ରୀ ଲୁଚାଇ ରଖିଥିଲେ। ଡିଭିଏଫ ଟିମ୍ ଅପରେସନ ଜାରି ରଖିଥିବା ସମୟରେ ଏହି ସଫଳତା ମିଳିଛି ବୋଲି ସୋମବାର ଜିଲା ପୋଲିସ୍ ମୁଖ୍ୟାଳୟରେ ଏସପି ପି. ଏସ ମୀନା ସୂଚନା ଦେଇଛନ୍ତି।

ଗତବର୍ଷ ଅଗଷ୍ଟ ମାସରେ ୨କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଥିଲେ। ସେମାନଙ୍କୁ ପଚରାଉଚରା ପରେ ସେମାନେ ଦେଇଥିବା ସୂଚନାକୁ ଆଧାର କରି ପୋଲିସ ଅପରେଶନ ଜାରି ରଖିଛି ବୋଲି ଏସପି କହିଛନ୍ତି।

Comments (0)
Add Comment