ବର୍ଷା ପୂର୍ବରୁ ଡ୍ରେନ୍‍ ସମସ୍ୟାର ହେବ ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର: ବର୍ଷା ପୂର୍ବରୁ ଡ୍ରେନ୍‍ ସମସ୍ୟାର ହେବ ସମାଧାନ। ସେହିଭଳି ଇସ୍କନରେ ବର୍ଷା ଜଳ ସମସ୍ୟାର ସମାଧାନ ପାଇଁ ଖୁବଶୀଘ୍ର ନିଆଯିବ ପଦକ୍ଷେପ। ଏନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର।

ମନ୍ତ୍ରୀ କହିଛନ୍ତି ବର୍ଷା ଜଳ ନିଷ୍କାସନ ପାଇଁ ସ୍ଥାୟୀ ସମାଧାନ କରାଯାଉଛି। ବର୍ଷା ଦିନ ପୂର୍ବରୁ ଡ୍ରେନର ସମସ୍ତ ସମାଧାନ କରାଯିବା ସହ ମୁକୁଳା ଡ୍ରେନରେ ସ୍ଲାବ୍‍ ପକାଇବାକୁ କୁହାଯାଇଛି।

ସେହିପରି ଡ୍ରେନ୍‍ ସଫେଇ କାମକୁ ତ୍ୱରାନ୍ୱିତ କରାଯାଉଛି। ସ୍ଥାନେ ସ୍ଥାନେ ଜଳବନ୍ଦୀ ଯେମିତି ନହୁଏ ସେନେଇ ମଧ୍ୟ ସମାଧାନ କରାଯିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି।

Comments (0)
Add Comment