ଫୁଲବାଣୀ ମେଡିକାଲ କଲେଜ ସହ ୧୦ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍‍ଘାଟନ କଲେ ମୁଖ୍ୟମନ୍ତ୍ରୀ

କନ୍ଧମାଳ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କନ୍ଧମାଳ ଜିଲ୍ଲା ଗସ୍ତ କରି ଫୁଲବାଣୀ ଠାରେ ୧୦୦ ସିଟ ବିଶିଷ୍ଟ ସରକାରୀ ମେଡିକାଲ କଲେଜ ଓ ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲର ଶୁଭ ଉଦ୍‍ଘାଟନ କରିଛନ୍ତି। ଏଥିସହ ଜିଲ୍ଲାର ବିକାଶ ପାଇଁ ପ୍ରାୟ ୭୫୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍‍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

କନ୍ଧମାଳବାସୀଙ୍କ ବହୁଦିନର ଆଶା ପୂରଣ କରିଛି ଏବଂ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ସେମାନଙ୍କର ଦୀର୍ଘ ଦିନର ସ୍ଵପ୍ନ ସାକାର ହୋଇଛି । କନ୍ଧମାଳର ଏହି ମେଡିକାଲ୍ କଲେଜ କେବଳ ଚିକିତ୍ସା ଶିକ୍ଷା ପ୍ରଦାନ କରିବ ନୁହେଁ, ବରଂ ଏହା ଏଠାରେ ଏକ ସୁନିଶ୍ଚିତ ଓ ଗୁଣବତ୍ତାପୂର୍ଣ୍ଣ ସ୍ଵାସ୍ଥ୍ୟ ସେବା ପ୍ରଦାନ କରିବ ଏବଂ ଆଖପାଖ ଅଞ୍ଚଳର ଲୋକଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିବା ପାଇଁ ପ୍ରେରଣା ହେବ । ଏହି ୬୫୦ ଶଯ୍ୟା ବିଶିଷ୍ଟ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ଦ୍ଵାରା କେବଳ କନ୍ଧମାଳ ଜିଲ୍ଲା ନୁହେଁ ବରଂ ସମଗ୍ର ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ଏକ ନୂତନ ଅଧ୍ୟାୟ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସଭାରେ ଉଦବୋଧନ ଦେଇ ସେ କହିଥିଲେଯେ, ଆମ ସରକାର ଆସିବା ମାତ୍ରେ ‘ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନା, ଯାହାକୁ ରାଜନୈତିକ କାରଣରୁ ଆପଣମାନଙ୍କଠୁ ଦୂରେଇ ରଖାଯାଇଥିଲା, କାର୍ଯ୍ୟକାରୀ କରାଯାଇଛି। ଏହା ଦ୍ଵାରା ଓଡିଶାର ସାଢେ ତିନି କୋଟି ଲୋକ ନିଃଶୂଳ୍କ ସ୍ୱାସ୍ଥ୍ୟସେବା ଦେଶର ୨୯ ହଜାର ବେସରକାରୀ ମେଡିକାଲରେ ପାଇ ପାରିବେ। ‘ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନା ସହିତ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜନାକୁ ଏକକ ସ୍ୱାସ୍ଥ୍ୟ ସେବା ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ସମ୍ମିଳିତ ଭାବେ ଉତ୍ତମ ସ୍ୱାସ୍ଥ୍ୟ ସେବାର ସୁବିଧା ବୃଦ୍ଧି ପାଇଁ ଗୁରୁତ୍ଵ ପ୍ରଦାନ କରୁଛି। ଏହି ତିନୋଟି ସ୍ୱାସ୍ଥ୍ୟ ସେବା ଯୋଜନା ଦ୍ଵାରା ରାଜ୍ୟର ୮୦ ପ୍ରତିଶତରୁ ବି ଅଧିକ ସାଧାରଣ ଜନତା ସୁବିଧା ପାଇବେ।

Comments (0)
Add Comment