ମୁମ୍ବାଇ: ୨୦୦୭ରେ ମହାନ ନିର୍ଦ୍ଦେଶକ ମଣିରତ୍ନମ ଘରୱାଲୀ ନାମକ ଏକ ଫିଲ୍ମ ପ୍ରସ୍ତୁତ କରୁଥିଲେ । ଏହାର ନାମ ପରେ ଲାଜୋ ରଖା ଯାଇଥିଲା । ଏଥିରେ ଅମୀର ଖାଁ ଅଭିନୟ କରୁଥିଲେ । କୌଣସି କାରଣବଶତଃ ଫିଲ୍ମଟି ବନ୍ଦ ହୋଇ ଯାଇଥିଲା । ମଣିରତ୍ନଙ୍କ ସହ ଅମୀରଙ୍କ ମତଭେଦ ଏହାର ପ୍ରମୂଖ କାରଣ ବୋଲି ଚର୍ଚ୍ଚା ହୋଇଥିଲା । ଏବେ ଏକ ସାକ୍ଷାତକାରରେ ଅମୀର କହିଛନ୍ତି ଲାଜୋ ପିଲ୍ମ ନ ହେବା ପଛରେ ମୋର କିମ୍ବା ମଣିରତ୍ନମଙ୍କ ଭୂମିକା ନ ଥିଲା । ମୁଁ ସର୍ବଦା ମଣିଙ୍କୁ ସମ୍ମାନ କରେ । ଏବେ ବି ତାଙ୍କ ସହ ଫିଲ୍ମ କରିବାକୁ ଆଗ୍ରହୀ ବୋଲି ଅମୀର କହିଛନ୍ତି ।