ଆଜି ପ୍ରକାଶ ପାଇବ OJEE 2025 ଫଳାଫଳ; ଏହି ସମୟରେ ରେଜଲ୍ଟ କରିପାରିବେ ଚେକ୍

ଭୁବନେଶ୍ବର: ମଙ୍ଗଳବାର ଅର୍ଥାତ୍ ଆଜି ପ୍ରକାଶ ପାଇବ OJEE-୨୦୨୫ ରେଜଲ୍ଟ। ସନ୍ଧ୍ୟା ୫ରୁ ୬ ମଧ୍ୟରେ ଆସିବ ରେଜଲ୍ଟ। ଶିଳ୍ପମନ୍ତ୍ରୀ ଆନୁଷ୍ଠାନିକ ଭାବେ OJEE-୨୦୨୫ ରେଜଲ୍ଟ ଘୋଷଣା କରିବେ। ojee.nic.in ୱେବ୍‌ସାଇଟ୍‌ରେ ଛାତ୍ରୀଛାତ୍ର ନିଜ ର଼୍ୟାଙ୍କ୍‌ କାର୍ଡ ପାଇପାରିବେ।

ଆସନ୍ତା ମେ ୨ ତାରିଖରେ ଓଜେଇଇ ପରୀକ୍ଷା ଆରମ୍ଭ ହୋଇଥିଲା । ୧୨ ତାରିଖ ଯାଏ ୩ଟି ସିଫ୍ଟରେ ପରୀକ୍ଷା ହୋଇଥିଲା। ସମସ୍ତ ପରୀକ୍ଷା କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ (ସିବିଟି) ମୋଡ୍‌ରେ ହୋଇଛି।

ଏହା ଓଡ଼ିଶା ରାଜ୍ୟରେ ବିଭିନ୍ନ ସ୍ନାତକ ଏବଂ ସ୍ନାତକୋତ୍ତର ବୃତ୍ତିଗତ ପାଠ୍ୟକ୍ରମରେ ପ୍ରବେଶ ପାଇଁ ଏକ ସାଧାରଣ ପ୍ରବେଶିକା ପରୀକ୍ଷା ଆୟୋଜନ ହୋଇଥାଏ ।

Comments (0)
Add Comment