ଭୁବନେଶ୍ଵରରେ ପ୍ରତିଷ୍ଠା ହେବ ‘ଅତିଥି ଭବନ’

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ଵରରେ ପ୍ରତିଦିନ ବିଭିନ୍ନ ସ୍ଥାନରୁ କିଛି ନ କିଛି ଉଦ୍ଦେଶ୍ୟରେ ବହୁ ସଂଖ୍ୟାରେ ଲୋକମାନେ ଯିବା ଆସିବା କରିଥାନ୍ତି। ସେହି ଅତିଥି ମାନଙ୍କୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଭୁବନେଶ୍ୱରରେ ‘ଅତିଥି ଭବନ’ର ନିର୍ମାଣ ପାଇଁ ଏକ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଦ୍ଵାରା ସୋମବାର ଦିନ ଏହି ନିର୍ଦ୍ଦେଶ ଜାରି କରାଯାଇଥିବା ଅଧିକାରୀ ମାନେ କହିଛନ୍ତି। ଏହି ଅତିଥି ଭବନ ଭୁବନେଶ୍ୱରରେ ଥିବା ୟୁନିଟ୍-୨ର ଅଶୋକ ନଗର ଅଞ୍ଚଳରେ ପ୍ରାୟ ତିନି ଏକର ଜମିରେ ତିଆରି କରାଯିବା ନେଇ ଆଲୋଚନା ଚାଲିଛି।

ଏହା ପୂର୍ବରୁ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ଯେ ରାଜ୍ୟ ସରକାର ସହରକୁ ଆସୁଥିବା ଲୋକମାନଙ୍କ ରହିବା ପାଇଁ ଭୁବନେଶ୍ୱରରେ ପ୍ରାୟ  ୩୦ଟି ଅତିଥି ଗୃହ ନିର୍ମାଣ କରିବେ। କିନ୍ତୁ ବର୍ତ୍ତମାନ୍ ସରକାର ସମସ୍ତ ୩୦ଟି ଜିଲ୍ଲାର ଲୋକଙ୍କ ପାଇଁ ପୃଥକ ଭାବରେ ଅତିଥି ଗୃହ ସ୍ଥାପନ କରିବାର ଯୋଜନା କରୁଥିବା ଜଣାପଡିଛି।

ସ୍ୱାସ୍ଥ୍ୟସେବା ପାଇବା ପାଇଁ ହେଉ କିମ୍ବା ଅନ୍ୟ କୌଣସି ଉଦ୍ଦେଶ୍ୟରେ ଆସୁଥିବା ଲୋକ ମାନଙ୍କ ପାଇଁ ପ୍ରତ୍ୟେକ ଅତିଥି ଭବନରେ ୧୦୦ଟି କୋଠରୀ ରହିବ ବୋଲି କୁହାଯାଇଛି।

Comments (0)
Add Comment