ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନୀତି ଓ ପରମ୍ପରା ଆଧାରରେ ରଥଯାତ୍ରା କରିବାକୁ ସ୍କଟଲାଣ୍ଡର ସରକାରଙ୍କୁ ଅନୁରୋଧ କରିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏନେଇ ସେଠାରେ ଥିବା ଭାରତୀୟ ଦୂତାବାସ ତରଫରୁ ସ୍କଟଲାଣ୍ଡରେ ହୋଇଥିବା ରଥଯାତ୍ରାକୁ ନେଇ ଟ୍ବିଟ୍ ର ଉତ୍ତର ଦେଇ ଏଭଳି ଲେଖିଛନ୍ତି ସୁଦର୍ଶନ ।
ସେପଟେ ଇସ୍କନ ଉପରେ ବର୍ଷିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନ ଉପରେ ବର୍ଷିଛନ୍ତି ସୁଦର୍ଶନ । ଗତ ୧୪ ତାରିଖରେ ନ୍ୟୁୟର୍କ ଏବଂ ୧୫ ତାରିଖରେ ସ୍କଟଲାଣ୍ଡରେ ଅଦିନରେ ରଥଯାତ୍ରା ଆୟୋଜନ କରାଯାଇଛି । ଯାହା ଗଭୀର ଦୁଃଖ ଦେଇଛି ବୋଲି ସେ କହିଛନ୍ତି । ସମର୍ପଣ ଭାବ ଯୋଗୁଁ ସାରା ବିଶ୍ବରେ ଜଗନ୍ନାଥ ସଂସ୍କୃତି ପ୍ରଚାର ପାଇଁ ମନ୍ଦିର ହେଉଛି । ହେଲେ ଇସ୍କନ ନୀତି ନିୟମକୁ ଭାଙ୍ଗୁଛି । ଦୀଘାରେ ମଧ୍ୟ ଇସ୍କନ୍ ଟ୍ରଷ୍ଟି ରହିଛି । ସେଠାରେ ଜଗନ୍ନାଥ ଧାମ ଲେଖାଯିବା ସହ ପେଡ଼ାକୁ ମହାପ୍ରସାଦ କୁହାଯାଉଛି ।